
ଭୁବନେଶ୍ୱର– ରାୟପୁର ନିକଟରେ ହୋଇଥିବା ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଆହତଙ୍କର ରାୟପୁର ମେଡିକାଲ କଲେଜରେ ଚିକିତ୍ସା କରା ଯାଉଛି । ରାଜ୍ୟ ପୋଲିସ ମହା ନିର୍ଦେଶକ ଅଭୟ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ସେ ଛତିଶଗଡର ପୋଲିସ ମହା ନିର୍ଦେଶକଙ୍କ ସହ ଯୋଗାଯୋଗରେ ଅଛନ୍ତି । ଆଜି ସକାଳ ୩.୩୦ ମିନିଟରେ ଏହି ଦୁର୍ଘଟଣା ଘଟିଛି । ପଦ୍ମପୁର ଏସଡିପିଓଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ସେଠାରେ ସହାୟତା କରିବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏଥିରେ ୫୯ ଜଣ ଶ୍ରମିକ ସୁରକ୍ଷିତ ଅଛନ୍ତି ।