ଭୁବନେଶ୍ୱର– ଗଂଜାମ ଜିଲ୍ଲାର ଲୋକ ମାନେ ଛତିଶଗଡରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ପରିବାର ବର୍ଗ ପ୍ରତି ସମବେଦନା ପ୍ରକାଶ କରିବା ସହ ମୃତକଙ୍କ ପରିବାରଙ୍କ ପ୍ରତି ଦୁଇ – ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସାହାଯ୍ୟ ପ୍ରଦାନ କରିବା ସମ୍ପର୍କରେ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଦୁର୍ଘଟଣା ସ୍ଥଳକୁ ଯାଇ ସେଠାରେ ଲୋକ ମାନଙ୍କୁ ସାହାଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି । ସେହିପରି ସେ ରାଜ୍ୟ ପୋଲିସ ମହା ନିର୍ଦେଶକଙ୍କୁ ଛତିଶଗଡର ପୋଲିସ ମହାନିର୍ଦେଶକଙ୍କ ସହ ସମ୍ପର୍କରେ ରହିବାକୁ ନିର୍ଦେଶ ଦେଇଛନ୍ତି ।