ଭୁବନେଶ୍ୱର. ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ସଟ୍ ଡାଉନ ହେଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି l
ପଶ୍ଚିମବଙ୍ଗ ରାଜ୍ୟରେ ସେପ୍ଟେମ୍ବର 2020 ର ୦୭, ୧୧ ଓ ୧୨ ତାରିଖରେ ସମ୍ପୂର୍ଣ୍ଣ ଲକ୍ ଡାଉନ ହେଉଥିବାରୁ ଟ୍ରେନ ସେବା ନିମ୍ନ ମତେ ପ୍ରଭାବିତ ହେବ –
ବାତିଲ ହେଉଥିବା ଟ୍ରେନ :
– ସେପ୍ଟେମ୍ବର ୧୧ ଓ ୧୨ ତାରିଖ ଦିନ ହାଓଡ଼ାରୁ ଛାଡୁଥିବା 02245 ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ସ୍ପେସିଆଲକୁ ବାତିଲ କରାଯିବ l
– ସେପ୍ଟେମ୍ବର ୬, ୧୦ ଓ ୧୧ ତାରିଖ ଦିନ ଯଶୋବନ୍ତପୁରରୁ ଛାଡୁଥିବା 02246 ଯଶୋବନ୍ତପୁର -ହାଓଡ଼ା ଦୁରନ୍ତ ସ୍ପେସିଆଲକୁ ବାତିଲ କରାଯିବ l
– ସେପ୍ଟେମ୍ବର ୭ ଓ ୧୧ ତାରିଖ ଦିନ ସିଆଲଦାରୁ ଛାଡୁଥିବା 02201 ସିଆଲଦା -ଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ ବାତିଲ କରାଯିବ l
– ସେପ୍ଟେମ୍ବର ୮ ଓ ୧୨ ତାରିଖ ରେ ଭୁବନେଶ୍ୱରରୁ ଛାଡୁଥିବା 02202 ଭୁବନେଶ୍ୱର -ସିଆଲଦା ଦୁରନ୍ତ ସ୍ପେସିଆଲକୁ ବାତିଲ କରାଯିବ ଲ
– 02074/02073 ଭୁବନେଶ୍ୱର -ହାଓଡ଼ା -ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସିଆଲକୁ ୭, ୧୧ ଓ ୧୨ ସେପ୍ଟେମ୍ବର ଦିନ ଗୁଡିକରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ ଲ
ଆଂଶିକ ବାତିଲ ହେଉଥିବା ଟ୍ରେନ :
– ୬, ୧୦ ଓ ୧୧ ସେପ୍ଟେମ୍ବର ତାରିଖ ମାନଙ୍କରେ ସିକନ୍ଦରାବାଦରୁ ଛାଡୁଥିବା 02704 ସିକନ୍ଦରାବାଦ -ହାଓଡ଼ା ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ ଏହାର ଯାତ୍ରା ଭୁବନେଶ୍ୱର ଠାରେ ସମାପ୍ତ କରିବ ଏବଂ ହାଓଡ଼ା ପର୍ଯ୍ୟନ୍ତ ଯିବ ନାହିଁ l
– ୭, ୧୧ ଓ ୧୨ ତାରିଖ ଦିନ ମାନଙ୍କରେ ହାଓଡ଼ା ରୁ ଛାଡୁଥିବା 02703 ହାଓଡ଼ା -ସିକନ୍ଦରାବାଦ ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡିବ ଏବଂ ଏହି ତାରିଖ ଗୁଡିକରେ ଏହା ହାଓଡ଼ାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ ରହିବ l
ପ୍ରତ୍ୟାହାର କରାଯାଉଥିବା ରହଣି :
– ଭୁବନେଶ୍ୱରରୁ ଛାଡୁଥିବା 02801 ଭୁବନେଶ୍ୱର -ନୂଆଦିଲ୍ଲୀ ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ ନୂଆଦିଲ୍ଲୀରୁ ଆସୁଥିବା 02802 ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ୬, ୧୦ ଓ ୧୧ ସେପ୍ଟେମ୍ବର, 2020 ରେ ଉଭୟ ଦିଗରୁ ପୁରୁଲିଆ ଓ ହିଜଲୀ ଠାରେ ରହଣି କରିବ ନାହିଁ l
– ଭୁବନେଶ୍ୱରରୁ ଛାଡୁଥିବା 02823 ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱର ରୁ ୭, ୧୧ ଓ ୧୨ ସେପ୍ଟେମ୍ବର, 2020 ରେ ଏବଂ ନୂଆଦିଲ୍ଲୀରୁ ଆସୁଥିବା 02824 ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ ନୂଆଦିଲ୍ଲୀ ଠାରୁ ୬, ୧୦ ଓ ୧୧ ସେପ୍ଟେମ୍ବର, 2020ରେ ଉଭୟ ଦିଗରୁ ହିଜଲୀ ଠାରେ ରହଣି କରିବ ନାହିଁ l
ଉପରୋକ୍ତ ଟ୍ରେନ ଗୁଡିକର ଯାତ୍ରୀମାନେ ଏଥି ପ୍ରତି ଧ୍ୟାନ ଦେବା ଉଚିତ ଏବଂ ସେହି ଅନୁଯାୟୀ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆ ଯାଉଛି l