ଭୁବନେଶ୍ୱର- ଭାରତୀୟ ସାଂସ୍କୃତିକ ସଂପର୍କ ପରିଷଦ (ଆଇସିସିଆର୍)ର କାର୍ଯ୍ୟକ୍ରମଗୁଡ଼ିକରେ ଓଡ଼ିଶାର ଶିଳ୍ପୀମାନଙ୍କର ପ୍ରତିନିଧିତ୍ୱ ଉପରେ ଦୃଷ୍ଟିଦେବା ପାଇଁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି ।
ମଙ୍ଗଳବାର ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ ପ୍ରକୋÂରେ ଆଇସିସିଆର୍ର ମହାନିଦେ୍ର୍ଧଶକ ଶ୍ରୀ ଅଖିଳେଶ ମିଶ୍ର ମନ୍ତ୍ରୀଙ୍କ ସହିତ ସୌଜନ୍ୟ ସାକ୍ଷାତ-ଆଲୋଚନା କରିଥିଲେ । ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଓଡ଼ିଶାର ସାଂସ୍କୃତିକ ବୈଶିଷ୍ଟ୍ୟ ନେଇ ଶ୍ରୀ ମିଶ୍ରଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ । ଦେଶର ବିଭିନ୍ନ ସ୍ଥାନରେଏବଂ ବିଦେଶରେ ଭାରତୀୟ ସାଂସ୍କୃତିକ ସଂପର୍କ ପରିଷଦ ଆୟୋଜନ କରୁଥିବା କାର୍ଯ୍ୟକ୍ରମଗୁଡ଼ିକରେ ଓଡ଼ିଶାର ସାଂସ୍କୃତିକ ଦଳ ଓ ଶିଳ୍ପୀମାନଙ୍କୁ ଯଥାର୍ଥ ସ୍ଥାନ ଦେବା ପାଇଁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ । ଏହା ବ୍ୟତୀତ ଓଡ଼ିଶାର ଲୋକକଳା ଓ ଭାଷା-ସାହିତ୍ୟସଂପୃକ୍ତ କାର୍ଯ୍ୟକ୍ରମଗୁଡ଼ିକରେ ଆଇସିସିଆର୍ର ସହଭାଗିତା ଅତ୍ୟନ୍ତ ଫଳପ୍ରଦ ହେବ ବୋଲି ମନ୍ତ୍ରୀ କହିଥିଲେ । ଏହା ଫଳରେ ଓଡ଼ିଶା ଓ ଭାରତର ଅନ୍ୟାନ୍ୟ ରାଜ୍ୟ ଏବଂ ବିଦେଶର ଶିଳ୍ପୀ, କଳାକାର ଓ ସାହିତି୍ୟକମାନଙ୍କ ସହିତ ପାରସ୍ପରିକ ଭାବବିନିମୟ ସମୃଦ୍ଧ ହେବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ । ଭାରତୀୟ ସାଂସ୍କୃତିକ ପରିଷଦ ଦେଶ ତଥା ବିଶ୍ୱସ୍ତରରେ ଭାରତୀୟ ସାଂସ୍କୃତିକ ବିଭବର ପ୍ର·ର ଓ ପ୍ରସାର ସହିତ ଆନୁଷଙ୍ଗିକ ଗବେଷଣା ଏବଂ ପ୍ରକାଶନ କାର୍ଯ୍ୟ କରିଥାଏ । ଓଡ଼ିଶାର ଶିଳ୍ପୀମାନଙ୍କୁ ପରିଷଦ ପକ୍ଷରୁ ସବୁମତେ ଉତ୍ସାହିତ କରାଯିବ ବୋଲି ମହାନିଦେ୍ର୍ଧଶକ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।
ଏହି ସୌଜନ୍ୟ ସାକ୍ଷାତ-ଆଲୋଚନା ସମୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଓ ଆଇସିସିଆର୍, ଓଡ଼ିଶା ପ୍ରଭାଗର ମୁଖ୍ୟ ଶ୍ରୀମତୀ ମୀନାକ୍ଷି ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।
Related Stories
November 22, 2024