ମାଲକାନଗିରି– ମାଲକାନଗିରି ଜିଲ୍ଲାରେ ଆଜି ଆଉ ୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୧୫ କୁ ବୃଦ୍ଧି ପାଇଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ କେୟାର ସେଂଟରରେ ଭର୍ତି କରାଯାଇଛି ।
ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ମାଲକାନଗିରି ପୌରାଚଂଳରୁ ୯ ଜଣ, ମାଥିଲି ବ୍ଲକରୁ ୨ ଜଣ, ମାଲକାନଗିରି ବ୍ଲକରୁ ୪ ଜଣ, କୋରକୁଣ୍ଡାରୁ ୨ ଜଣ, କାଲିମେଳା ବ୍ଲକରୁ ଜଣେ, ଚିତ୍ରକୋଣ୍ଡା ବ୍ଲକରୁ ୫ ଜଣ ଏବଂ ଖଇରପୁଟ ବ୍ଲକରୁ ୨ ଜଣ ଆକ୍ରାନ୍ତ ରହିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ରହିଛନ୍ତି ।
ଆଜି ଚିହ୍ନଟ ୨୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ବିଭିନ୍ନ କ୍ଲିନିକରୁ ରେଫର୍ ହୋଇ ଚିକିତ୍ସା ନିମନ୍ତେ ମେଡିକାଲକୁ ଆସି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ୩ ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୧୦ ଜଣ ସଂକ୍ରମିତ ହୋଇଛନ୍ତି ।
ଅଦ୍ୟାବଧି ଜିଲ୍ଲାରେ ୨୧୬୮ ଆକ୍ରାନ୍ତ ସୁସ୍ଥ ହେଲେଣି । କରୋନାଜନିତ ସକ୍ରିୟ ମାମଲା ୩୩୯ ରହିଛି । ସେହିପରି ଜିଲ୍ଲାରେ ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ମୃତକ ଜଣକ ଜଣେ ୧୩ ବର୍ଷିୟ ବାଳକ ଏବଂ ସେ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି ପାଇଛି ।