ଜୟପୁର । ରାଜସ୍ଥାନ ବିଜେପିର ସଭାପତି ସତୀଶ ପୁନିଆ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ଟ୍ୱିଟ କରି ସେ ନିଜେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । ତାଙ୍କ ନିକଟରେ କୌଣସି ଲକ୍ଷଣ ନ ଥିବାରୁ ସେ ହୋମ ଆଇସୋଲେସନରେ ଅଛନ୍ତି । ତାଙ୍କ ସହ ସମ୍ପର୍କରେ ଆସିଥିବା ଲୋକ ମାନଙ୍କୁ ସେ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ।