
ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ନୂଆ ୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨୮ କୁ ବୃଦ୍ଧି ପାଇଛି । ୫୨୦ ସ୍ୱାବ୍ ନମୂନା ସଂଗ୍ରହ ପରେ ଆରଟି-ପିସିଆର୍ ଓ ର୍ୟାପିଡ଼୍ ଆଂଟିଜେନ ଟେଷ୍ଟ କରାଯାଇଥିଲା । ପରୀକ୍ଷାରୁ ୧୬ ରିପୋର୍ଟ ପଜିଟିଭ୍ ଆସିଥିଲା । ଅନ୍ୟ ୨ ଜଣ ଜିଲ୍ଲା ବାହାରେ ହସ୍ପିଟାଲରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ, କୋଭିଡ଼୍ କେୟାର ସେଂଟରରେ ଭର୍ତି କରାଯାଇଛି । ସାମାନ୍ୟ ଆକ୍ରାନ୍ତମାନଙ୍କୁ ହୋମ୍ ଆଇସୋଲେସନରେ ପଠାଇ ଦିଆଯାଇଥିବା ନେଇ ପ୍ରଶାସନ ସୂତ୍ରରୁ ପ୍ରକାଶ ।
ନୂଆ ଚିହ୍ନଟ ଏହି ୧୮ ଆକ୍ରାନ୍ତଙ୍କ ମଧ୍ୟରେ ୧୨ ଜଣ ପୁରୁଷ ଓ ମହିଳା ୬ ଜଣ ମହିଳା ରହିଛନ୍ତି । ସେମାନଙ୍କର ବୟସ ୨୨ ବର୍ଷରୁ ୭୨ ବର୍ଷ ମଧ୍ୟରେ ରହିଛି । ସେମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ପୌରାଚଂଳରୁ ୨ ଜଣ, ଗୋଷାଣି ବ୍ଲକରୁ ଜଣେ, କାଶୀନଗର ବ୍ଲକରୁ ଜଣେ, ମୋହନା ବ୍ଲକରୁ ୮ ଜଣ ଏବଂ ନୂଆଗଡ଼ ବ୍ଲକରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨ ଜଣ ଜିଲ୍ଲା ବାହାରେ ହସ୍ପିଟାଲରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨ ଜଣ ଜିଲ୍ଲା ବାହାରେ ହସ୍ପିଟାଲରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮ ରହିଛି । ଜଣକର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜାରୀ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରୁ ସୂଚନା ମିଳିଛି ।