ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୯ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୩୧ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ଗଂଜାମ, ବଲାଙ୍ଗୀର, ଖୋର୍ଧା ଓ କଟକ ଜିଲ୍ଲାର ଦୁଇ-ଦୁଇ ଜଣ ଥିବା ବେଳେ ରାୟଗଡା ଜିଲ୍ଲାର ଜଣେ ଅଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାର ଜଣେ ୧୮ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷ ମୃତ୍ୟୁବରଣ କରିଛନ୍ତି । ସେ ସିକଲସେଲରେ ପୀଡିତ ଥିଲେ । ବଲାଙ୍ଗୀର ଜିଲ୍ଲାର ଜଣେ ୭୫ ବର୍ଷୀୟା କରୋନା ସଂକ୍ରମିତ ମହିଳାଙ୍କର ମୃତ୍ୟୁ ଘଟିଛି । । ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲୋ
ଭୁବନେଶ୍ୱରର ଜଣେ ୯୦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । କଟକ ଜିଲ୍ଲାର ଜଣେ ୫୦ ବର୍ଷୀୟ ପୁରୁାଷ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
କଟକ ଜିଲ୍ଲାର ଜଣେ ୬୭ ବର୍ଷୀୟା ମହିଳା କରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ।
ଗଂଜାମ ଜିଲ୍ଲାର ଜଣେ ୭୦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଗଂଜାମ ଜିଲ୍ଲାର ଜଣେ ୫୦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ ରୋଗରେ ପୀଡିତ ଥିଲେ ।
ଖୋର୍ଧା ଜିଲ୍ଲାର ଜଣେ ୬୭ ବର୍ଷୀୟା ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହରେ ପୀଡିତ ଥିଲେ । ରାୟଗଡା ଜିଲ୍ଲାରେ ଜଣେ ୫୨ବର୍ଷୀୟା କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଘଟିଛି । ସେ ମଧ୍ୟ ମଧୁମେହ ରୋଗରେ ପାଡିତ ଥିଲେ ।