ଗଞ୍ଜାମ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଶେରେଗଡ଼ ବ୍ଲକ ପିତଳ ପଂଚାୟତର ବିଜେଡ଼ି ସମର୍ôଥତ ସରପଂଚ ରଙ୍ଗବତୀ ବେହେରା ଲେଖା ପଢା ଜାଣିନଥିବାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଶେରଗଡ଼ ଦେୱାନୀ ବିଚାରପତି କନିଷ୍ଠ ବିଭାଗ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଏହି ରାୟ ଦେଇଛନ୍ତି ।
ଗତ ନିର୍ବାଚନରେ ରଙ୍ଗବତୀ ବେହେରା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ମନ୍ଦାକିନୀ ନାୟକଙ୍କୁ ୧୫୬ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ । ନିର୍ବାଚନରେ ରଙ୍ଗବତୀ ବେହେରା, ମନ୍ଦାକିନୀ ନାୟକ, ରୁକ୍ମିଣୀ ବେହେରା ଏବଂ ସୁଲତା ବେହେରା ପ୍ରମୁଖ ୪ ଜଣ ସରପଂଚ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦିତା କରୁଥିଲେ । ତେବେ ପରବର୍ତୀ ସମୟରେ ନିର୍ବାଚିତ ସରପଂଚ ରଙ୍ଗବତୀଙ୍କୁ ଲେଖା ପଢା ଜଣାନଥିବା ଦର୍ଶାଇ ପରାଜିତ ପ୍ରାର୍ଥିନୀ ରୁକ୍ମିଣୀ ବେହେରା ଶେରଗଡ଼ ଦେୱାନୀ ବିଚାରପତି କନିଷ୍ଠ ବିଭାଗ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏ ସଂକ୍ରାନ୍ତରେ ଏକ ଆବେଦନ ଦାଏର୍ କରିଥିଲେ । କେସ୍ ନଂ ୧/୧୭ ରେ ମୋକଦ୍ଦମା ରୁଜ୍ଜୁ ହୋଇଥିଲା । ତେବେ ମାଜିଷ୍ଟ୍ରେଟ୍ ମାମଲାର ବିଚାର କରି ରଙ୍ଗବତୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି । ଏହି ଘଟଣା ବିଜେଡ଼ି ଦଳ ଓ ରଙ୍ଗବତୀଙ୍କ ପାଇଁ ଏକ ପ୍ରକାର ଝଟ୍କା ସଦୃଶ ହୋଇଛି ।
Related Stories
November 24, 2024
November 24, 2024