
ଗଞ୍ଜାମ-ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଳବଂଟା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଗଣେଷ ଭସାଣିକୁ କେନ୍ଦ୍ର କରି ଜଣେ ଯୁବକ ସଂଘବଦ୍ଧ ଆକ୍ରମଣରେ ପ୍ରାଣ ହରାଇଥିବା ଜଣାପଡିଛି । ମୃତ ଯୁବକର ନାମ ନାଗା ଗୌଡ଼ (୨୦) । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ଅତ୍ୟଧିକ ରକ୍ତସ୍ରାବ କାରଣରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଆସିକା ପୋଲିସ ଆଜି ସକାଳେ ଘଟଣାସ୍ଥଳରେ ପହଂଚି ମୃତ ଯୁବକଙ୍କ ଶବ ଜବତ କରିବା ସହିତ ଏହାକୁ ବ୍ୟବଚ୍ଛେଦ ନିମନେ ୍ତ ଆସିକା ଉପଖଣ୍ଡସ୍ତରିୟ ଡ଼ାକ୍ତରଖାନାକୁ ପଠାଇଛନ୍ତି । ସାଇଂଟିଫିକ୍ ଟିମ୍ ସହିତ ଆସିକା ପୋଲିସ ଘଟଣାସ୍ଥଳରେ ଛାନଭିନ୍ ଚଳାଇଛି । ପ୍ରାଥମିକ ପର୍ଯ୍ୟାୟରେ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।