
ଭୁବନେଶ୍ୱର -ରାଜ୍ୟରେ ଗୋଟିଏ ଦିନରେ ୩୨୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬୬୭୮ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ରାଜ୍ୟରେ ବର୍ତମାନ ସୁଦ୍ଧା ୮୭୩୫୧ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ମାମଲା ୨୮୭୪୩ ରହିଛି ।
ଆଜି ଚିହ୍ନଟ ହୋଇଥିବା ୩୨୬୭ ଜଣଙ୍କ ମଧ୍ୟରୁ ୧୯୬୧ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୩୦୬ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୮୫୯ ନୂଆ ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ୬୦ , ବାଲେଶ୍ୱର ଜିଲ୍ଲାରେ ୯ ଜଣ, ବରଗଡ ଜିଲ୍ଲାରେ ୧୨୦, ଭଦ୍ରକ ଜିଲ୍ଲାରେ ୧୩୮, ବୌଦ୍ଧ ଜିଲ୍ଲାରେ ୪୪, ବଲାଙ୍ଗିର ଜିଲ୍ଲାରେ ୪୩ . କଟକ ଜିଲ୍ଲାରେ ୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଢେଙ୍କାନାଳ ଜିଲ୍ଲାରେ ୧୮, ଗଜପତି ଜିଲ୍ଲାରେ ୧୮, ଗଂଜାମ ଜିଲ୍ଲାରେ ୯୭ ଜଗତସିଂହପୁର ଜିଲ୍ଲାରେ ୬୬, ଯାଜପୁର ଜିଲ୍ଲାରେ ୨୩ . ଝାରସୁଗୁଡା ଜିଲ୍ଲାରେ ୩୭, କଳାହାଣ୍ଡି ଜିଲ୍ଲାରେ ୩୭ . କନ୍ଧମାଳ ଜିଲ୍ଲାରେ ୨୭, କେନ୍ଦ୍ରାପଡା ଜିଲ୍ଲାରେ ୫୧ ,କେନ୍ଦୁଝର ଜିଲ୍ଲାରେ ୧୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୮୩ ଜଣ, ମାଲକାନଗିରି ଜିଲ୍ଲାରେ ୧୭ , ମୟୁରଭଂଜ ଜିଲ୍ଲାରେ ୧୩୪, ନବରଙ୍ଗପୁୁରରେ ୮୫, ନୟାଗଡ ଜିଲ୍ଲାରେ ୭୦, ନୂଆପଡା ଜିଲ୍ଲାରେ ୪୦, ପୁରୀ ଜିଲ୍ଲାରେ ୨୩୫, ରାୟଗଡା ଜିଲ୍ଲାରେ ୧୬୯, ସମ୍ବଲପୁର ଜିଲ୍ଲାରେ ୮୦ ,ସୋନପୁର ଜିଲ୍ଲାରେ ୬୬ ତଥା ସୁନ୍ଦରଗଡ ଜିଲ୍ଲାରେ ୧୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।