ରାଉରକେଲା– ରାଜ୍ୟ ଓ କେନ୍ଦ୍ର ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ ରାଉରକେଲା ମହାନଗରନିଗମ ଅଂଚଳରେ ସାମିଲ ଥିବା ପାଖାପାଖି ୬୨ହଜାର ରାସନ କାର୍ଡ ଧାରୀଙ୍କୁ କୋଭିଡ ସମୟରେ କେନ୍ଦ୍ର ସରକାର ଦେଇଥିବା ମୁଣ୍ଡ ପିଛା ୧୦୦୦ ଟଙ୍କାରୁ ,ଯେଉଁ ୧୯୦୦ ଲୋକ ନିଜର ସମସ୍ତ ତଥ୍ୟ ଆଧାର କାର୍ଡ ଆଦି ନଦେଇ ଟଙ୍କା ଗ୍ରହଣ କଲେ ନାହ,ିଁ ସେମାନେ ବାସ୍ତବରେ କାର୍ଡ ଧାରୀ ନାଁ ନକଲି କାର୍ଡ ଧାରୀ ବୋଲି ରାଜ୍ୟ କଂଗ୍ରେସ ର ପୁର୍ବତନ ସଂପାଦକ ରଶ୍ମୀ ରଂଜନ ପାଢୀ ପ୍ରଶ୍ନ ଉଠାଇବା ସହ ଏନେଇ ରାଜ୍ୟ ଭିଜିଲାନ୍ସର ସେଲ ୟୁନିଟ ପକ୍ଷରୁ ତଦନ୍ତ କରାଜିବା ଲାଗି ସେ ଦାବି କରିଛନ୍ତି । ଏହି ଭଳି ନକଲି କାର୍ଡ କାରବାରକୁ ନେଇ ରାଉରକେଲା ଯୋଗାଣ ବିଭାଗ ବିରୋଧରେ ଅନେକ ଅଭିଯୋଗ ହେଉଥିଲେ ମଧ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନେଲେ ନାହିଁ,କିନ୍ତୁ ଖୋଦ ସରକାରୀ ଯୋଜନା କୁ ନେଇ ମହାନଗର ନିଗମ ନିଜେ କଡା କଡି ନିୟମ ପାଳନ କରି ୧୦୦୦ଟଙ୍କା ଲେଖା ସମସ୍ତ କାଗଜ ପତ୍ର ରଖି ବାଟିଂବା ପରେ ସତକଥା ଏକ ପ୍ରକାର ପଦାକୁ ଆସିଲା ଓ ଜାଲ ରାସନ କାର୍ଡ ଭାବେ ଥିବା କାର୍ଡ ଗୁଡିକରେ ସେହି ୧୯୦୦ କାର୍ଡଧାରୀ ଏଯାଏ ସରକାରଙ୍କ ସେହି ୧୦୦୦ଟଙ୍କା ନେବାକୁ ଆସିଲେ ନାହିଁ ବୋଲି ସେ ଅଭିଯୋଗ କରିିଛନ୍ତି । ତେଣୁ ଏହାର ସତ୍ୟା ସତ୍ୟ ସଠିକ ରାସ୍ତାରେ ଯାଂଚ ହେଲେ ପ୍ରତିମାସ କେତେ ଟଙ୍କାର ଚାଉଳ,ଗହମ ଓ କିରାସିନ ହେରଫେର ହେଉଥିଲା ତାହା ମଧ୍ୟ ପଦାକୁ ଆସିପାରିବ ଓ ଏଥିରେ କେଉଁମାନେ ସାମିଲ ଥିଲେ ,ଏମାନଙ୍କୁ କେଉଁ ବାବୁଆଣି ମାନେ ସହଯୋଗ କରୁଥିଲେ ତାହା ମଧ୍ୟ ପଦାକୁ ଆସିପାରିବ ବୋଲି ଶ୍ରୀପାଢୀ ପ୍ରକାଶ କରିଛନ୍ତି । କୋଭିଡ ୧୯ ଆରମ୍ଭ ପରେ ସରକାର ନିଷ୍ପତି ନେଲେ ସମସ୍ତ ରାସନ କାର୍ଡ ଧାରୀ ମାନଙ୍କୁ ଏକ ହଜାର ଲେଖାଏ ସାହାଜ୍ୟ କରିବେ ।ସେହି ଅନୁଶାରେ ରାଉରକେଲା ମହାନଗର ନିଗମକୁ ୬,୮୨,୦୦,୦୦୦ ଟଙ୍କା ଆସିଲା । ଏପ୍ରିଲ ମାସରେ ମହାନଗର ନିଗମ ପକ୍ଷରୁ ଏହି ଅର୍ଥ ବିଭିନ୍ନ ଅଂଚଳ ବୁଲି ବଂଟା ଜିବା ସହ ସେମାନଙ୍କ ଠାରୁ କାଗଜ ପତ୍ର ରଖା ଗଲା ,କିନ୍ତୁ ଆଜି ଯାଏ ୧୯,୩୨,୦୦୦ ଟଙ୍କା ସେମିତି ପଡି ରହିଛ,ି କୌଣସି ଲୋକ ସେ ଟଙ୍କା ନେବାକୁ ଆସିଲେ ନାହିଁ । ଏଠାରେ ପ୍ରଶ୍ନ ଉଠୁଛି ଯେଉଁ କାର୍ଡ ଧାରୀ ମାନେ ନିୟମିତ ବ୨୦୧୬ ରୁ ସେହି କାର୍ଡରେ ଲେଖାଥିବା ଘରର ସଦଶ୍ୟ ଙ୍କ ମୁଣ୍ଡ ପିଛା ୫କିଲୋ ଗହମ,୫କିଲୋ ଚାଉଳ ଓ କିରାସି ତେଲ ନେଉଥିଲେ ସେମାନେ ଏହି ୧୦୦୦ଟଙ୍କା ନେବା ଲାଗି ପଛେଇଲେ କାହିଁକି? ତା ମାନେ ବୁଝିବାକୁ ପଡିବ ଏହି ୧୯୦୦ କାର୍ଡ ସଂପୁର୍ଣ ନକଲି । ଏହି ସବୁ କାର୍ଡରେ ଅନ୍ୟୁନ୍ୟ ୬ଜଣ ସଦଶ୍ୟ ଲେଖା ଯାଇଛି । ତେଣୁ ସେହି ଅନୁସାରେ ସମସ୍ତ ସାମଗ୍ରୀ ୩୦ କେଜି ଲେଖା ଉଠା ଯାଉଥିଲା, ମୋଟ ଉପରେ ମାସରେ ୩୦କୁଇଁଟାଲ ଗହମ ,୩୦କୁଇଁଟାଲ ଚାଉଳ ଓ କିରାସିନ ଏହି କାର୍ଡ ବାବଦରେ ଭୁତ ମାନେ ଉଠାଇ ରାଜ କରୁଥିଲେ ବୋଲି ଧରାଯାଇପାରେ ବୋଲି ଶ୍ରୀ ପାଢୀ ଅଭିଯୋଗ କରିଛନ୍ତି । ରାଉରକେଲା ଯୋଗାଣ ବିଭାଗ ରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅନେକ ସମୟରେ ଅଭିଯୋଗ ହୋଇଛି । ଏହାର ମୁଖ୍ୟ ଭାବେ ରହିଛନ୍ତି ରାଉରକେଲା ଏଡିଏମ । କିନ୍ତୁ ବିଗତ ଦିନ ଠାରୁ ଆରମ୍ଭ କରି ଆଜି ଯାଏ ଏହି ବିଭାଗ ଉପରେ ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ନିଆଯାଇପାରିଲା ନାହିଁ । ନିକଟରେ ଥିବା ଜଣେ ଅଧିକାରୀ ପାଖା ପାଖି ୭ବର୍ଷ ଏଠାରେ ରହି ପଦୋନ୍ନତି ନେଇ ବଦଳି ହେଲେ ।ଅନେକ ନିରୀକ୍ଷକ ଜିଲ୍ଲା ଭିତରେ ଏପାଖ ସେପାଖ ହୋଇ ପୁଣି ରାଉରକେଲା ଫେରି ପ୍ରମୋସନ ନେଇ ଏହିଠାରେ ଚାକିରୀର ଶେଷ ସମୟ କଟାଉଥିବା ମଧ୍ୟ ଦେଖାଯାଉଛି ।କିନ୍ତୁ ଏସବୁ କାରବାର ଉପରେ ସରକାରଙ୍କର ଆଦୌ ନଜର ରହୁନାହିଁ ,ଫଳରେ ଏମାନେ ମନମାନି କରୁଛନ୍ତି ଓ ଲୋକଙ୍କ ଖାଦ୍ୟ ଲୁଟ ହେଉଛି । ତେଣୁ ଅନେକ ଦିନ ପରେ ସରକାରୀ ବାବେ ଆସିଥିବା ଏହି ଟଙ୍କା କୁ କେଉଁ କାର୍ଡ ନମ୍ବର ଗ୍ରହଣ କଲେନି ସେମାନଙ୍କ ଠିକଣା, ପରିଚୟ ଆଦି ସଂଗ୍ରହ କରାଯାଇ ବାସ୍ତବରେ ଦୋଷି ମାନଙ୍କ ଠାରୁ ଆଜିଯାଏ ହୋଇଥିବା ଲୁଟ ଅର୍ଥ ଆଦାୟ କରିବା ଲାଗି ଶ୍ରୀ ପାଢୀ ଦାବି କରିଛନ୍ତି ।
Related Stories
January 20, 2025
January 20, 2025