ମାଲକାନଗିରି -ବର୍ତମାନ ଦେଶରେ କରୋନା ୋଗୁ ଲକ୍ଷାଧିକ ଲୋକ ଜୀବିକା ହରାଇ ଏକରକମ ବେରୋଜଗାର ହୋଇବସିଛନ୍ତି !ଏହି ସମୟରେ ଲୋକଙ୍କୁ ଠକିବା ପାଇଁ ଭିନ୍ନଭିନ୍ନ ଉପାୟ ଆପଣାଉଛନ୍ତି ଠକ ସଂସ୍ଥା ମାନେ !ଗତ କିଛି ଦିନ ତଳେ କେବିସି ନାମରେ ଖଇରପୁଟ ଅଞ୍ଚଳରୁ ଜଣେ ଯୁବକ ଠାରୁ ଠକ ମାନେ 41ହଜାର ଟଙ୍କା ଠକି ନେଇଥିଲେ ! ଏବେ ମାଲକାନଗିରି ଜିଲ୍ଲା ରେ ଦୁଇ ଜଣ ଆଶା ଦିଦିଙ୍କ ଠାରୁ ସ୍କୁଟି ଯୋଗାଇବା ନାଁ ରେ ଠକୁ ଥବା ଓ ସ୍କୁଟି ରେଜିଷ୍ଟ୍ରେସନ ପାଇଁ ଟଙ୍କା ଆଦାୟ କରୁ ଥିବା ବେଳେ ମାଲକାନଗିରି ପୁଲିସ ଦ୍ବାରା ଦୁଇ ଅନଲାଇନ ଲୁଟେରା ଗିରଫ ହୋଇଛନ୍ତି। ସୂଚନା ଯୋଗ୍ୟ, ଅଭିଯୁକ୍ତ ଦ୍ବୟ ସ୍କୁଟି ଦେବା ପାଇଁ ଏକ ଯୋଜନା କରିଥିଲେ। ଜଗତସିଂହପୁର ବାଲିକୁଦା ଅଞ୍ଚଳର ସୌରଭ ଦାଶ ତଥା ଦିବ୍ୟ ରଞ୍ଜନ୍ ଆଶା ଦିଦି ମାନଙ୍କୁ ସରକାରଙ୍କ ପକ୍ଷରୁ କରୋନା ଯୋଦ୍ଧା ଘୋଷଣା କରି ୩୦ ଟି ଜିଲାର ଉତ୍ତମ ସେବା ଯୋଗାଇ ଥିବା ଆଶା ଦିଦିଙ୍କୁ ପୁରସ୍କାର ଭାବରେ ଗୋଟିଏ ସ୍କୁଟି ଦିଆଯିବାକୁ ନିଷ୍ପତି ନିଆଯାଇଛି ବୋଲି କହିଥିଲେ। ଏହାପରେ ରେଜିଷ୍ଟରେସନ୍ ଫି ବାବଦକୁ ୭୦୦୦ଟଙ୍କା ଦେବାକୁ ପଡ଼ିବ ବୋଲି ପୂର୍ବରୁ ଅଭିଯୁକ୍ତ ମାନେ ମେସେଜରେ ଜଣାଇଥିଲେ। ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟ୍ ଦେଇ କେବଳ ଗ୍ରାହକ ସେବା କେନ୍ଦ୍ରରୁ ଏହି ଅର୍ଥ ଡିପୋଜିଟ କରିବାକୁ କୁହାଯାଇ ଥିଲା। ତେବେ ମାଥିଲି ଓ କାଲିମେଳାର ଦୁଇ ଆଶା ଦିଦି ଏହା ସତ ଭାବି ଏକାଉଣ୍ଟରେ ଟଙ୍କା ଜମା କରିଥିଲେ। ଗାଡି କେବେ ମିଳିବ ବୋଲି ସେମାନେ ଦେଇଥିବା ଫୋନ ନମ୍ବରକୁ ଲେଗେଇଲେ ଏ ଅଭିଯୁକ୍ତଙ୍କ ମୋବାଇଲ୍ ବନ୍ଦ ବୋଲି ଜଣାପଡ଼ିଥିଲା। ପୁଲିସ ନିକଟରେ ଅଭିଯୋଗ କରିବା ପରେ ସୌମେନ୍ଦୁ ତ୍ରିପାଠିଙ୍କ ନେତୃତ୍ୱରେ ପୁଲିସଙ୍କ ଏକ ଦଳ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି !
Related Stories
January 20, 2025
January 20, 2025