
ମାଲକାନଗିରି-ପଡିଆ ବ୍ଳକ ଶିମିଳିବାଞ୍ଛା ପଞ୍ଚାୟତ ଅନ୍ତର୍ଗତ ଏମଭି୬୧ ଗ୍ରାମରେ ଜଣେ ମହିଳାଙ୍କ ଘରେ ସେହି ଗ୍ରାମର ଜଣେ ଲୋକ ରାତି ଅଧରେ ଅଚାନକ ପ୍ରବେଶ କରିତାଙ୍କୁ ଅସଦାଚାରଣ କରିଥିବା ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ଏମ୍ ଭି ୬୧ ଗ୍ରାମର ରୀନା (ଛଦ୍ମ ନାମ) ନିଜ ଘରେ ଶୋଇଥିବା ବେଳେ ତାଙ୍କ ପଡୋଶୀ ମଦନ ବୈରାଗୀ ଅଧରାତିରେ ରେ ଘରକୁ ପ୍ରବେଶ କରିଥିଲେ। ଏତିକିବେଳେ ନୀଳିମା ଙ୍କ ନିଦ ଭାଙ୍ଗିଯିବାରୁ ସେ ଉଠିପଡି ମଦନ କୁ ପ୍ରତିରୋଧ କଲେ। ଗତକାଲି ଏ ନେଇ ଗ୍ରାମରେ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ମଦନ ର ଏଭଳି କାଣ୍ଡ ଯୋଗୁଁ ଗ୍ରାମବାସୀ ବୈଠକକୁ ବାତିଲ କରିଥିଲେ। ଏହାପରେ ଆଜି ପୀଡିତା ନ୍ୟାୟ ପାଇଁ ଏମଭି ୭୯ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଏମଭି୭୯ ଥାନାରେ କେସ୍ ନଂ ୫୭/୨୦ ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଏମଭି ୭୯ ଥାନା ଅଧିକାରୀ ଜୋହନ ଖୁଜୁର କହିଛନ୍ତି। ଅନ୍ୟପଟେ ମଦନ ମନ୍ଦ ଉଦ୍ଦେଶ୍ୟ ରଖି ପୀଡିତାଙ୍କ ଘରକୁ ଯାଇଥିବାରୁ ପରିବାର ଲୋକ ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି।