
ଭୁବନେଶ୍ୱର– ମାସେରୁ ଦେଢ ମାସ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ କମିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତିଙ୍କ କରୋନା ସ୍ଥିତି ସମ୍ପର୍କରେ ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ବର୍ତମାନ ୫୬୫ଜଣଙ୍କୁ ପ୍ଲାଜମା ଚିକିତ୍ସା କରାଯାଇଛି । ଏମାନଙ୍କ ଭିତରୁ ୧୪୪ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଅନ୍ୟମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଲୋକ ସଚେତନ ସହ କୋଭିଡ ନିୟମ ମାନନ୍ତୁ । ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ । ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସୁସ୍ଥତା ହାର ଅଧିକ, ମୃତ୍ୟୁହାର କମ୍ ।