
ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାକୁ ସେପ୍ଟେମ୍ବର ୨ ତାରିଖ ସୁଦ୍ଧା୧୫ ହଜାର ୮୧୯ ଜଣ ପ୍ରବାସୀ ଫେରିଛନ୍ତି । ସମ୍ପ୍ରତି ଜିଲ୍ଲାରେ ୧୪ଟି ଅସ୍ଥାୟୀ କ୍ୱାରେଂଟାଇନ ସେଂଟର କାର୍ଯ୍ୟ କରୁଛି । ୧୪୫ ଜଣ ବର୍ତମାନ ବିଭିନ୍ନ କ୍ୱାରେଂଟାଇନ ସେଂଟରରେ ରହୁଛନ୍ତି । ୧୫ ହଜାର ୬୭୪ ଜଣ ବିଭିନ୍ନ କ୍ୱାରେଂଟାଇନ ସେଂଟରରେ ରହି ସାରିଛନ୍ତି ।
ସେହିପରି ୧୪ ହଜାର ୩୬୧ ଜଣ ନିଜ ନିଜର କ୍ୱାରେଂଟାଇନ ଅବଧି ଶେଷ କରିବା ପରେ ସେମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ସରକାରୀ ସହାୟତା ପ୍ରଦାନ କରାଯାଇଛି । ୨୫୩୩୨ ଜଣଙ୍କ ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଛି । ୨୪୯୨୭ ଜଣଙ୍କ ରିପୋର୍ଟ ହସ୍ତଗତ ହୋଇଛି । ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ୍ ପଜିଟିଭ୍ କେସ୍ ସଂଖ୍ୟା ୨୯୦୧ ରହିଛି । ୭୩ ଜଣ ବିଭିନ୍ନ କୋଭିଡ଼୍ ହସ୍ପିଟାଲ ଓ କୋଭିଡ଼୍ କେୟାର୍ ସେଂଟରରେ ଚିକିତ୍ସାଧିନ ରହିଛନ୍ତି । ୩୭ ଜଣ ହୋମ୍ ଆଇସୋଲେସନରେ ରହିଛନ୍ତି । ୨୭୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ଅନୁରୂପ ଭାବେ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮ ରହିଛି । ଜଣକର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜାରୀ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରୁ ସୂଚନା ମିଳିଛି ।