ନୂଆଦିଲ୍ଲୀ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ହରସିମରତ କୌର ବାଦଲ କହିଛନ୍ତି, ଯେ ନୂତନ ସମନ୍ୱିତ ଶୀତଳ ଭଣ୍ଡାର ଶୃଙ୍ଖଳ ପ୍ରକଳ୍ପ 16,200 କୃଷକଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ଏବଂ 2,57,904 ଚାଷୀ ଉପକୃତ ହେବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ କିସାନ ସଂପଦା ଯୋଜନା (PMKSY) ଅଧୀନରେ ସମନ୍ୱିତ ଶୀତଳ ଭଣ୍ଡାର ଶୃଙ୍ଖଳ ଏବଂ ମୂଲ୍ୟଯୁକ୍ତ ଭିତ୍ତିଭୂମି ଯୋଜନା ଅନ୍ତର୍ଗତ ଆନ୍ତଃ-ମନ୍ତ୍ରୀ ସ୍ତରୀୟ ଅନୁମୋଦନ କମିଟି(IMAC) ବୈଠକରେ 27ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ବୈଠକରେ ଶ୍ରୀମତୀ ହରସିମରତ କୌର ବାଦଲ ଅଧ୍ୟକ୍ଷତା କରିଥିଲେ ।
ଆନ୍ଧ୍ର ପ୍ରଦେଶରେ(7), ବିହାରରେ(1), ଗୁଜରାଟରେ(2), ହରିୟାଣାରେ(4), କର୍ଣ୍ଣାଟକରେ(3), କେରଳରେ(1), ଏମପିରେ(1), ପଞ୍ଜାବରେ(1), ରାଜସ୍ଥାନରେ(2), ତାମିଲନାଡୁରେ(4) ଏବଂ ଉତ୍ତରପ୍ରଦେଶ(1) ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏହି 27 ଟି ନୂତନ ସମନ୍ୱିତ ଶୀତଳ ଭଣ୍ଡାର ଶୃଙ୍ଖଳ ପ୍ରକଳ୍ପ ପାଇଁ 743 କୋଟି ପୁଞ୍ଜି ବିନିଯୋଗ କରାଯିବ, ଯାହା ସମଗ୍ର ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ଆଧୁନିକ, ଅଭିନବ ଭିତ୍ତିଭୂମି ଏବଂ ପ୍ରଭାବଶାଳୀ ଶୀତଳ ଭଣ୍ଡାର ଶୃଙ୍ଖଳ ସୁବିଧା ଉପଲବ୍ଧ କରିବ । 208 କୋଟି ଟଙ୍କା ଅନୁଦାନରେ ଏହି ପ୍ରକଳ୍ପଗୁଡ଼ିକ ଭାରତର ଖାଦ୍ୟ ଯୋଗାଣ ଶୃଙ୍ଖଳରେ ଦକ୍ଷତା ଏବଂ ନିରନ୍ତର ବୃଦ୍ଧି ଦିଗରେ ସହାୟକ ହେବ ।
ଶ୍ରୀମତୀ ବାଦଲ ଆହୁରି ମଧ୍ୟ କହିଛନ୍ତି ଯେ ପର୍ଯ୍ୟାପ୍ତ ଭିତ୍ତିଭୂମି ଯୋଗାଇ ନଷ୍ଟ ହୋଇଯାଉଥିବା ଉତ୍ପାଦକୁ ସଂରକ୍ଷିତ କରିବା, କେବଳ କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ହେବ ନାହିଁ ବରଂ ଫଳ ଏବଂ ପନିପରିବା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର ହେବା ଦିଗରେ ଏହା ଏକ ଛୋଟ ପଦକ୍ଷେପ ଭାବରେ କାର୍ଯ୍ୟ କରିବ। ଏହି ସମନ୍ୱିତ ଶୀତଳ ଭଣ୍ଡାର ଶୃଙ୍ଖଳ ପ୍ରକଳ୍ପଗୁଡ଼ିକ କେବଳ ଖାଦ୍ୟ ପ୍ରକ୍ରିୟାକରଣ ଭିତ୍ତିଭୂମିର ଅଭିବୃଦ୍ଧିରେ ଏକ ବଡ଼ ଉତ୍ସ ହେବ ନାହିଁ ବରଂ କୃଷି ଯୋଗାଣ ଶୃଙ୍ଖଳକୁ ସୁଦୃଢ କରିବାରେ ସାହାଯ୍ୟ କରିବ, ଗ୍ରାମାଂଚଳରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୋଜଗାରର ସୁଯୋଗ ସୃଷ୍ଟି କରିବ, କୃଷକମାନଙ୍କୁ ଉତ୍ତମ ମୂଲ୍ୟ ପ୍ରଦାନ କରିବ, ଉପଭୋକ୍ତା ଏବଂ ସହଯୋଗୀ କ୍ଷେତ୍ରଗୁଡିକୁ ମଧ୍ୟ ଲାଭବାନ କରାଇବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କୃଷକଙ୍କ ଆର୍ଥିକ ସୁରକ୍ଷା ପାଇଁ ଏହି ସୁବିଧା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ସମଗ୍ର ଦେଶରେ 85ଟି ଶୀତଳ ଭଣ୍ଡାର ଶୃଙ୍ଖଳ ପ୍ରକଳ୍ପକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ବିଚାର କରାଯାଇଛି। ପ୍ରଧାନମନ୍ତ୍ରୀ କିସାନ ସଂପଦା ଯୋଜନା ଅଧୀନରେ ଯୋଗାଣ ଶୃଙ୍ଖଳର ବ୍ୟବଧାନକୁ ଦୂର କରିବା ଏବଂ ଶୀତଳ ଶୃଙ୍ଖଳ ପ୍ରକଳ୍ପ ଯୋଜନା ମାଧ୍ୟମରେ ବିଶ୍ୱ ସ୍ତରୀୟ ଶୀତଳ ଭଣ୍ଡାର ଶୃଙ୍ଖଳ ଭିତ୍ତିଭୂମି ନିର୍ମାଣ କରିବା, ମୂଲ୍ୟଯୁକ୍ତ ଏବଂ ସଂରକ୍ଷଣ ଭିତ୍ତିଭୂମି ବୃଦ୍ଧି ଦିଗରେ ସରକାରଙ୍କ ଏହା ଏକ ପ୍ରୟାସ।
ଏହି ସମନ୍ୱିତ ଶୀତଳ ଭଣ୍ଡାର ଶୃଙ୍ଖଳ ପ୍ରକଳ୍ପଗୁଡ଼ିକ କେବଳ ଖାଦ୍ୟ ପ୍ରକ୍ରିୟାକରଣ ଭିତ୍ତିଭୂମିର ଅଭିବୃଦ୍ଧିରେ ଏକ ବଡ଼ ଉତ୍ସ ହେବ ନାହିଁ ବରଂ କୃଷି ଯୋଗାଣ ଶୃଙ୍ଖଳକୁ ସୁଦୃଢ କରିବାରେ ସାହାଯ୍ୟ କରିବ, ଗ୍ରାମାଂଚଳରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୋଜଗାରର ସୁଯୋଗ ସୃଷ୍ଟି କରିବ, କୃଷକମାନଙ୍କୁ ଉତ୍ତମ ମୂଲ୍ୟ ପ୍ରଦାନ କରିବ, ଉପଭୋକ୍ତା ଏବଂ ସହଯୋଗୀ କ୍ଷେତ୍ରଗୁଡିକୁ ମଧ୍ୟ ଲାଭବାନ କରାଇବ। କୃଷକଙ୍କ ଆର୍ଥିକ ସୁରକ୍ଷା ପାଇଁ ଏହି ସୁବିଧା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ ଏକ ସୁଦୃଢ ସମନ୍ୱିତ କୋଲ୍ଡ ଚେନ୍ ଗ୍ରୀଡ ଭିତ୍ତିଭୂମି ଏବଂ ବାଧାବିଘ୍ନ ନ ଥିବା ନେଟୱାର୍କ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛି, ଯାହା ମାଧ୍ୟମରେ ଉତ୍ପାଦନରୁ ଉପଭୋକ୍ତା କ୍ଷେତ୍ର/କେନ୍ଦ୍ରକୁ ନିରବଚ୍ଛିନ୍ନ ଭାବେ ଶୀଘ୍ର ନଷ୍ଟ ହୋଇଯାଉଥିବା ଉତ୍ପାଦ ସ୍ଥାନାନ୍ତର ହୋଇ ପାରିବ। ଏହା ଫଳ, ପନିପରିବା, ଦୁଗ୍ଧଜାତ ଦ୍ରବ୍ୟ, ମାଂସ, ମାଛ ସାମୁଦ୍ରିକ, କୁକୁଡ଼ା, ଖାଇବା ପାଇଁ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଭଳି ନଷ୍ଟ ହୋଇଯାଉଥିବା ଉତ୍ପାଦର ନିରାପତ୍ତା, ଗୁଣବତ୍ତା ଏବଂ ପରିମାଣର ସଂରକ୍ଷଣକୁ ବଜାୟ ରଖିବ।
ସମନ୍ୱିତ ଶୀତଳ ଭଣ୍ଡାର ଶୃଙ୍ଖଳ ଏବଂ ମୂଲ୍ୟଯୁକ୍ତ ଭିତ୍ତିଭୂମି ନିର୍ମାଣ ଅନ୍ତର୍ଗତ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଅଧୀନରେ ମନ୍ତ୍ରଣାଳୟ ସାଧାରଣ ଅଂଚଳ ପାଇଁ 35 ପ୍ରତିଶତ ଏବଂ ଉତ୍ତର-ପୂର୍ବ ରାଜ୍ୟ, ହିମାଳୟ ସ୍ଥିତ ରାଜ୍ୟଗୁଡିକ, ଆଇଟିଡିଏ କ୍ଷେତ୍ର ଏବଂ ଦ୍ୱୀପପୁଞ୍ଜ ନିମନ୍ତେ ସଂରକ୍ଷଣ ଏବଂ ପରିବହନ ଭିତ୍ତିଭୂମି ପାଇଁ 50 ପ୍ରତିଶତ ହାରରେ ଆର୍ଥିକ ସହାୟତା ଯୋଗାଇଥାଏ। ମୂଲ୍ୟଯୁକ୍ତ ଏବଂ ପ୍ରକ୍ରିୟାକରଣ ଭିତ୍ତିଭୂମି ପାଇଁ ଯଥାକ୍ରମେ 50ରୁ 75 ପ୍ରତିଶତ ସହାୟତା ଯୋଗାଇ ଦିଆଯାଇଥାଏ। ଜଳସେଚନ ସୁବିଧା ସମେତ ସମନ୍ୱିତ ଶୀତଳ ଭଣ୍ଡାର ଶୃଙ୍ଖଳ ପ୍ରକଳ୍ପ, କୃଷି ଫାର୍ମ ନିକଟରୁ ଉପଭୋକ୍ତା ପର୍ଯ୍ୟନ୍ତ ବିତରଣ ସୁବିଧା ପାଇଁ ପ୍ରତି ପ୍ରକଳ୍ପ ନିମନ୍ତେ ସର୍ବାଧିକ 10 କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥାଏ।
ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗରେ ଅତିରିକ୍ତ କୃଷି ଉତ୍ପାଦନ କରିବାର କ୍ଷମତା ରହିଛି ଯାହା ଦ୍ୱାରା କୃଷକମାନେ ଉପକୃତ ହେବେ ଏବଂ ସେହି ସମୟରେ ଉତ୍ପାଦକୁ ମୂଲ୍ୟଯୁକ୍ତ ପ୍ରକ୍ରିୟାକୃତ ଦ୍ରବ୍ୟରେ ପରିଣତ କରିବେ ଯାହା ଘରୋଇ ତଥା ବିଶ୍ୱର ଚାହିଦା ପୂରଣ କରିପାରିବ। ଉପରୋକ୍ତ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ଦେବା ପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ ଅନୁମୋଦନ କମିଟି (IMAC) ବୈଠକ 21, 24, 28 ଓ 31 ଅଗଷ୍ଟ 2020 ରେ ଅନୁଷ୍ଠିତ ହୋଇଥିଲା ।