-
ଏହି ମାସରେ ମୋଟ 86,449 କୋଟି ଟଙ୍କା ଜିଏସ୍ଟି ଆକାରରେ ସଂଗୃହୀତ ହୋଇଛି
ନୂଆଦିଲ୍ଲୀ-2020 ଅଗଷ୍ଟ ମାସରେ ଦେଶରେ ମୋଟ 86,449 କୋଟି ଟଙ୍କାର ଜିଏସ୍ଟି ରାଜସ୍ୱ ସଂଗୃହୀତ ହୋଇଛି । ସେଥିମଧ୍ୟରେ କେନ୍ଦ୍ରୀୟ ଜିଏସ୍ଟିର ପରିମାଣ 15906 କୋଟି ଟଙ୍କା ହୋଇଥିବାବେଳେ ରାଜ୍ୟ ଜିଏସ୍ଟି ପରିମାଣ 21064 କୋଟି ଟଙ୍କା । ସେହିଭଳି ଏହି ମାସରେ ସମନ୍ୱିତ ଜିଏସ୍ଟି ବାବଦରେ 42246 କୋଟି ଟଙ୍କା ଆଦାୟ ହୋଇଛି ଏବଂ ସେଥିରେ ଆମଦାନୀ ସାମଗ୍ରୀ ଉପରେ ସଂଗୃହୀତ ରାଜସ୍ୱ ପରିମାଣ 19179 କୋଟି ଟଙ୍କା । ଏହାଛଡା ସେସ୍ ବା ଉପକର ବାବଦରେ ଏହି ମାସରେ ମୋଟ 7215 କୋଟି ଟଙ୍କା ସଂଗୃହୀତ ହୋଇଛି । ଏଥିରେ ଆମଦାନୀ ହେଉଥିବା ସାମଗ୍ରୀ ଉପରୁ ମିଳିଥିବା ଟିକସ ପରିମାଣ 673 କୋଟି ଟଙ୍କା ଅନ୍ତର୍ଭୁକ୍ତ ।
ନିୟମିତ ପରିଶୋଧ ଅନୁସାରେ କେନ୍ଦ୍ର ସରକାର ସିଜିଏସ୍ଟି ବାବଦରେ 18216 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହାଛଡା ସମନ୍ୱିତ ଜିଏସ୍ଟିରୁ ରାଜ୍ୟ ଜିଏସ୍ଟି ବାବଦକୁ 14650 କୋଟି ଟଙ୍କା ଦିଆଯାଇଛି । ନିୟମିତ ପରିଶୋଧ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକର ଅଗଷ୍ଟ ମାସର ଆୟ ଯଥାକ୍ରମେ 34122 କୋଟି ଟଙ୍କା (ସିଜିଏସ୍ଟି) ଏବଂ 35714 କୋଟି ଟଙ୍କା (ଏସ୍ଜିଏସ୍ଟି) ।
2019 ଅଗଷ୍ଟ ମାସରେ ଜିଏସ୍ଟି ବାବଦରେ ସରକାର ଯେତେ ରାଜସ୍ୱ ଆଦାୟ କରିଥିଲେ ଚଳିତବର୍ଷ ସେହି ମାସରେ ଏ ବାବଦ ଆୟ 88 ଶତାଂଶ ରହିଛି । ଏହି ମାସରେ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ରାଜସ୍ୱ ଆଦାୟ 77 ଶତାଂଶ (ଘରୋଇ ମାଲ ପରିବହନ କ୍ଷେତ୍ରରୁ ସଂଗୃହୀତ ରାଜସ୍ୱ ସହ) ହୋଇଥିବାବେଳେ ଗତବର୍ଷ ଏହି ସମୟରେ ଏହା ଥିଲା 92 ଶତାଂଶ । ଏଠାରେ ସୂଚନାଯୋଗ୍ୟ ଯେ ବାର୍ଷିକ 5 କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ଟିକସଦାତାଙ୍କୁ ଚଳିତମାସ ଯାଏଁ ରିଟର୍ଣ୍ଣ ଫାଇଲ କରିବାକୁ କୋହଳ ସମୟ ଦିଆଯାଇଛି ।