-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୭୩୧ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧୮୧୫୯ ହୋଇଛି । ସେହିପରି ଗଂଜାମ ଜିଲ୍ଲାରେ ୧୬୯ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୮୨୩୮ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୯୭୫, ବାଲେଶ୍ୱର ଜିଲ୍ଲାରେ ୩୯୩୪, ବରଗଡ ଜିଲ୍ଲାରେ ୨୩୯୫, ଭଦ୍ରକ ଜିଲ୍ଲାରେ ୨୮୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୧୮୬୨ . ବୌ ଦ୍ଧ ଜିଲ୍ଲାରେ ୬୫୪, କଟକ ଜିଲ୍ଲାରେ ୮୯୯୪, ଦେବଗଡ ଜିଲ୍ଲାରେ ୨୦୮, ଢେଙ୍କାନାଳ ଜିଲ୍ଲାରେ ୧୭୯୬. ଗଜପତି ଜିଲ୍ଲାରେ ୨୯୦୪, ଜଗତସିଂହପୁର ଜିଲ୍ଲାରେ ୧୯୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୩୯୯୫ , ଝାରସୁଗୁଡା ଜିଲ୍ଲାରେ ୧୩୮୦, କଳାହାଣ୍ଡି ଜିଲ୍ଲାରେ ୧୪୫୨, କନ୍ଧମାଳ ୨୨୫୭, କେନ୍ଦ୍ରାପଡା ଜିଲ୍ଲାରେ ୧୯୩୯, କେନ୍ଦୁଝର ଜିଲ୍ଲାରେ ୨୦୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୩୭୧୫ , ମାଲକାନଗିରି ଜିଲ୍ଲାରେ ୨୪୧୮, ମୟୁରଭଂଜ ଜିଲ୍ଲାରେ ୩୭୯୪. ନବରଙ୍ଗପୁର ଜିଲ୍ଲାରେ ୧୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୩୧୧୫, ନୂଆପଡା ଜିଲ୍ଲାରେ ୫୫୮ , ପୁରୀ ଜିଲ୍ଲାରେ ୩୮୫୩, ରାୟଗଡା ଜିଲ୍ଲାରେ ୪୮୬୧. ସମ୍ବଲପୁର ଜିଲ୍ଲାରେ ୨୯୮୪ . ସୁବର୍ଣପୁର ଜିଲ୍ଲାରେ ୭୪୬ ଓ ସୁନ୍ଦରଗଡ ଜିଲ୍ଲାରେ ୪୫୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।