ନୂଆଦିଲ୍ଲୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଋଷ ଗସ୍ତରେ ଯାଇଛନ୍ତି ।
ସେ ତାଙ୍କର ଏହି ତିନି ଦିନିଆ ଯାତ୍ରାରେ ସେଠାରେ ଅନୁଷ୍ଠିତ ହେବାକୁ ଥିବା ସେ ସାଂଘାଇ କର୍ପୋରେସନ ଅର୍ଗାନାଇଜେସନର ପ୍ରତିରକ୍ଷା ମନ୍ତ୍ରୀ ମାନଙ୍କର ସମ୍ମିଳନୀରେ ଯୋଗ ଦେବୋ
ଏ ସମ୍ପର୍କରେ ସେ ଟ୍ୱିଟ କରି କହିଛନ୍ତି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟର ୭୫ ବର୍ଷ ଉପଲକ୍ଷେ ସାଂଘାଇ ସହେ ଯାଗ ସଂଗଠନ, ସାମୁହିକ ସୁରକ୍ଷା ସନ୍ଧି ସଂଗଠନ ଓ ସିଆଇଏଏସ ସଦସ୍ୟ ମାନଙ୍କର ପ୍ରତିରକ୍ଷା ମନ୍ତ୍ରୀ ମାନଙ୍କର ମିଳିତ ବୈଠକରେ ଭାଗ ନେବାକୁ ଯାଉଛି । ଦ୍ୱିପାକ୍ଷିକ ସହଯୋଗ ଓ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ଆଲୋଚନା କରିବା ପାଇଁ ଋଷର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିବି ।