କେନ୍ଦୁଝର-କେନ୍ଦୁଝର ଜିଲ୍ଲାରେ ଯାଂଚ ସମୟରେ ଧରାପଡିଛନ୍ତି ଜାଲ ପ୍ରମାଣ ପତ୍ର ଦେଇ ଚାକିରୀ କରୁଥିବା ବାର ଜଣ ବି.ଇ.ଡି ଡିଗ୍ରୀଧାରୀ ଚୁକ୍ତି ଭିତିକ ଶିକ୍ଷକ । ପ୍ରଚଳିତ ଶିକ୍ଷା ବିଭାଗର ବିଧି ବ୍ୟବସ୍ଥାନୁଶାରେ ନିଯୁକ୍ତିପ୍ରାପ୍ତ ଚୁକ୍ତି ଭିତିକ ଶିକ୍ଷକ ମାନେ ତିନି ବର୍ଷ ଚାକିରୀ ସଂପୁର୍ଣ୍ଣ କରିବା ପରେ କନିଷ୍ଠ ଶିକ୍ଷକ ର ମାନ୍ୟତା ପାଇବାର ଯୋଗ୍ୟତା ପାଇଥାଆନ୍ତି । ଏହି କ୍ରମରେ କେନ୍ଦୁଝର ଜିଲ୍ଲାରେ ଶିକ୍ଷକ ମାନଙ୍କର ପ୍ରମାଣ ପତ୍ର ଯାଂଚ ଚାଲୁଥିବା ସମୟରେ ୧୨ ଜଣ ଶିକ୍ଷକ ଦାଖଲ କରିଥିବା ସେମାନଙ୍କର ପ୍ରମାଣ ପତ୍ର ଜାଲ ବୋଲି ଜଣାପଡିିଥିଲା । ଏହି ଶିକ୍ଷକ ମାନେ ଦାଖଲ କରିଥିବା ପ୍ରମାଣ ପତ୍ର କୁରୁକ୍ଷେତ୍ର , ଗୌହାଟି ଓ ବୁନ୍ଦେଲଖଣ୍ଡ ଆଦି ୟୁନିଭରସିଟି ର ବୋଲି ଜଣାପଡିଥିଲା । ଏହି ବାର ଜଣ ଶିକ୍ଷକଙ୍କ ମଧ୍ୟ ରେ ଚାରି ଜଣ ମହିଳା ଓ ଆଠ ଜଣ ପୁରୁଷ ଶିକ୍ଷକ ରହିଛନ୍ତି । ଏମାନେ ସମସ୍ତେ ଏବେ କେନ୍ଦୁଝର ଜିଲ୍ଲାର ଯୋଡା , ବାଂଶପାଳ , ଘଷିପୁରା ଓ ହରିଚନ୍ଦନପୁର ଇତ୍ୟାଦି ବ୍ଲକର ବିଭିନ୍ନ ସ୍କୁଲ ମାନଙ୍କରେ କାର୍ଯ୍ୟରତ ଅଛନ୍ତି । ଜିଲ୍ଲାରେ କେତେକ ଶିକ୍ଷକ ଜାଲ ପ୍ରମାଣ ପତ୍ର ଦାଖଲ କରି ଚାକିରୀ କରୁଥିବା କଥା ଜଣା ପଡିବା ପରେ ଉକ୍ତ ଅଂଚଳର ବି.ଇ.ଓ ମାନଙ୍କୁ ସଂପୃକ୍ତ ଶିକ୍ଷକ ମାନଙ୍କ ବିରୁଦ୍ଧ ରେ ତୁରନ୍ତ ଥାନାରେ ଏତଲା ଦେବାକୁ ଜିଲ୍ଲା ସର୍ବ ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ପୁର୍ଣ୍ଣ ଚନ୍ଦ୍ର ସେଠୀଙ୍କ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଛି । ଏହି ଘଟଣାକୁ ନେଇ ଜିଲ୍ଲାରେ ବେଶ ହଲଚଲ ସୃଷ୍ଟି ହୋଇଛି ।
Related Stories
November 23, 2024