
ଭୁବନେଶ୍ୱର-ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନାର ନିଲମ୍ବିତ ଆଇଆଇସି ଧନେଶ୍ୱର ସାହୁଙ୍କ ଘରେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଙ୍କର ସରକାରୀ କ୍ୱାର୍ଟର ସମେତ ୭ଟି ସ୍ଥାନରେ ଚଢାଉ କରାଯାଇଛି ।
ଉଲ୍ଲେଖନୀୟ ଯେ ପୂର୍ବରୁ ଡ୍ରଗ୍ସ ମାଫିଆ ଲିଙ୍କରେ ଧନେଶ୍ୱର ନିଲମ୍ବିତ ହୋଇଥିଲେ ।ଗତ ୧୫ ତାରିଖରେ ଜଳେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁଙ୍କ ବିରୁଦ୍ଧରେ ପୁଲିସ୍ ଡିଜି ଅଭୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏ ନେଇ ଟୁଇଟ୍ କରି ସୂଚନା ଦେଇଥିଲେଡିଜିପି । ପୂର୍ବରୁ ବାଲେଶ୍ୱର ଏସ୍ପିଙ୍କୁ ପୁଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲାର ତଦନ୍ତ ନିର୍ଦେଶ ଦେଇଥିଲେ ଆଇଜି ଦୀପ୍ତେଶ ପଟ୍ଟନାୟକ । ଏହାପରେ ଡିଜିପି ଅଭୟ ଏହି କାର୍ଯାନୁଷ୍ଠାନ ଗ୍ରହଣ କରିଥିଲେ ।