ଭୁବନେଶ୍ୱର– ଆଜିଠୁ ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି । ରାଜ୍ୟରେ ବସ୍ ଚଳାଚଳ ନେଇ ପ୍ରତିକ୍ରିୟାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହା କହିଛନ୍ତି ।
ସେ କହିଛନ୍ତି ଯେ ବସ୍ ଚଳାଇବା ସମୟରେ କୋଭିଡ୍ ନିୟମ ମାନିବାକୁ କୁହାଯାଇଛି । ବସ ସିଟରେ କ୍ଷମତାଠାରୁ ଅଧିକ ଯାତ୍ରୀ ନେଇପାରିବେନି । ରାଜ୍ୟରେ କଟକଣା କୋହଳ ହୋଇଥିବାରୁ ଏବଂ ବସ ମାଲିକଙ୍କ ଟିକସ ଛାଡ଼ ସହ ଅନ୍ୟ ଦାବି ପୂରଣ କରାଯାଇଥିବାରୁ ବସ୍ ଚଳାଚଳ ସ୍ୱାଭାବିକ ହୋଇଥିବା ସେ ପ୍ରକାଶ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ଅନଲକ୍ ୪.୦ ଲାଗି ଗାଇଡଲାଇନ ଜାରି କରିବାର ଦିନକ ପରେ ରାଜ୍ୟ ସରକାର ମଧ୍ୟ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନରେ ରାଜ୍ୟ ମଧ୍ୟରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଲୋକମାନଙ୍କ ଓ ମାଲ ପରିବହନ ନେଇ କୌଣସି କଟକଣା ରହିବ ନାହିଁ । ଏସବୁ ପାଇଁ କୌଣସି ସ୍ୱତନ୍ତ୍ର ପ୍ରକାରର ପାସ, ଇ-ପାସ ଆବଶ୍ୟକ ପଡ଼ିବ ନାହିଁ । ସେପ୍େଟମ୍ବର ୧ରୁ ରାଜ୍ୟ ମଧ୍ୟରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ବସ ଚଳାଚଳକୁ ଅନୁମତି ମିଳିବ । ଏହି ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ରାଜ୍ୟରେ କଟକଣାକୁ କିଛିଟା କୋହଳ କରିଛନ୍ତି । ଏଥିରେ ରାଜ୍ୟରେ ବସ୍ ଚଳାଚଳକୁ ବି ଅନୁମତି ଦିଆଯାଇଛି ।