କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୩୧/୦୮/୨୦୨୦, ଆଞ୍ଚଳିକ କୃଷକ ସଂଗଠନ ତରଫରୁ ବିଭିନ୍ନ ସମସ୍ୟାକୁ ନେଇ ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା |ସଂଗଠନ ତରଫରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି |ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଗତ ବର୍ଷ ତା ୨୮/୬, ୧୬/୭, ୧/୮, ୨୦/୮, ୨୯/୧, ୩୧/୧୦, ୫/୧୨/୨୦୧୯ ରିଖ ମାନଙ୍କରେ ତହସିଲଦାର ସତ୍ୟବାଦୀ, ସତ୍ୟବାଦୀ ବ୍ଲକ, ଜିଲ୍ଲାପାଳ ଅଫିସ ପୁରୀ ଆଗରେ ଶହ ଶହ ସଂଖ୍ୟାରେ ଧାରଣା ଦେଇଥିଲୁ |
ବିଷୟଥୁଲା – ଗତ ଫନିରେ ଚାକିରିଆ, ଛାତଘର, ପ୍ରଧାନମନ୍ତ୍ରୀ ଆବାସ, ବିଜୁପକା ଘର ଟଙ୍କାରେ ଘର କରିଥିବା ଲୋକ ୯୫000/-ଟଙ୍କା ପାଇଲେ । କିନ୍ତୁ ବିଧବା , କଚାଘର, ସମ୍ପୂର୍ଣ୍ଣ ଘର ଭାଙ୍ଗିଥିବା ଲୋକ ୯୫000/-ଟଙ୍କା ପାଇଲେ ନାହିଁ |
ଆର.ଆଇ ଓ ଉଚ୍ଚ କର୍ତ୍ତୁପକ୍ଷ ହିତାଧୁକାରୀଙ୍କଠୁ ୧୦ ରୁ ୧୫ ହଜାର ଟଙ୍କା ନେଇ ଏହା କରିଥିବାରୁ ପୁନରାୟ ୫ଥରରୁ ଉର୍ଦ୍ଧ ତଦନ୍ତ ହୋଇ ତହସିଲଦାର କସ୍ତୁରି ପ୍ରଧାନ ମହାଶୟା ପ୍ରତିଶୃତି ଦେଇ କହିଥିଲେ କି ପ୍ରକୃତ କ୍ଷତିଗ୍ରସ୍ତ ଲୋକ ନିଶ୍ଚିନ୍ତ ପାଇବେ । ଧାରଣା ବେଳେ ମହାଶୟାଙ୍କୁ ବିଭିନ୍ନ ପଞ୍ଚାୟତର ପ୍ରାୟ ୪୦୦ ଦରଖାସ୍ତ ସଂଗଠନ ପ୍ରଦାନ କରିଥିଲା ।
ମହାଶୟା ପରବର୍ତ୍ତୀ ସମୟରେ ଦରଖାସ୍ତ କାରିଙ୍କ ନାମ ତାଲିକା ମାଗିନେଇଥିଲେ । ତା ୧୧ ମେ ୨୦୨୦ ରିଖରେ ତଦନ୍ତ ସରିଥିବା କିଛି ଲୋକଙ୍କ ନାମ ପାଖରେ ଠିକଚିହ୍ନ ଦେଇ ତାଙ୍କ ମୋବାଇଲ ହ୍ବାଟସପରୁ ଆମ ମୋବାଇଲକୁ ଯୋଗ୍ୟନାମ ପଠାଇଥିଲେ ଓ କହିଲେ ବାକି ସବୁ ଫାଇନାଲ୍ ପରେ ପଠାଇବେ । କିନ୍ତୁ କରୋନା ଯୋଗୁ ତାହା ପଠାଇ ନାହାନ୍ତି ।
ଏବେ ପ୍ରକାଶ ପାଇଥିବା ଏକ ତାଲିକାରେ ସେହିନାମ ରହିନାହିଁ । ଆମେ ସନ୍ଦେହ କରୁକି ସେହି ନାମ ସହିତ ସତ୍ୟବାଦୀ ବ୍ଲକର ଅନ୍ୟ ପଞ୍ଚାୟତ ମାନଙ୍କରେ ମଧ୍ୟ ତାହା ହୋଇଛି ଯଦି ଏହା ହୋଇଥାଏ ତେବେ ରାଜନୈତିକ ଆକ୍ରୋସ ରଖି କରାଯାଇଛି । ମାତ୍ର କିଛି ନାମ ଛାତ ଘରଥିବା ଲୋକଙ୍କର ରହିଛି । ଶୁଣାଯାଏ ସେମାନେ ୨୫ହଜାରରୁ ଉର୍ଦ୍ଧ୍ବ ଟଙ୍କା ଦେଇଛନ୍ତି ।
ଏଣୁ ଅନୁରୋଧ କରୁକି ନିରିହ ହିତାଧୁକାରୀଙ୍କ ପ୍ରତି ଏଭଳି ଅନ୍ୟାୟ କରା ନଯାଇ ଟଙ୍କା ପାଇଥିବା ଲୋକଙ୍କୁ ଛାଡ଼ି ନପାଇଥିବା ଲୋକଙ୍କୁ ୯୫ହଜାର ଓ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯାଉ ଓ ଏହା ସାତଦିନ ମଧ୍ୟରେ ସମାପ୍ତ କରାଯାଉ ମାଗିଥିବା ସୂଚନାକୁ ବିଭାଗ ତୁରନ୍ତ ପ୍ରଦାନ କରନ୍ତୁ । ଲିଖିତ ଥାଉ କି ଏଥିରେ ବିଳମ୍ବ କଲେ ସଂଗଠନ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବ । ତହସିଲ ଅଫିସ, ଜିଲ୍ଲାପାଳ ଅଫିସ ଆଗରେ ଓ ରାଜରାସ୍ତା ଅବରୋଧ କରି ବସିବ । ଆବଶ୍ୟକ ହେଲେ ୩୦ ଜଣରୁ ଉର୍ଦ୍ଧ ହିତାଧିକାରୀ ଆତ୍ମାହୁତି ଦେବାକୁ ବାଧ୍ୟହେବେ । ଜୀବନହାନି ପାଇଁ ତହସିଲଦାର, ଜିଲ୍ଲାପାଳ ଓ ସଂପୃକ୍ତ ବିଭାଗ ଦାୟୀ ରହିବେ ।
ଆଞ୍ଚଳିକ କୃଷକ ସଂଗଠନ ସତ୍ୟବାଦୀ (AKSS)ର ସଭାପତି କୈଳାସଚନ୍ଦ୍ର ବରାଳ ସମସ୍ୟା ଗୁଡିକ ଲିଖିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି |
ଏହାର ଏକକିତା ନକଲ ନିମ୍ନଲିଖୁତ ବିଭାଗକୁ ପଠାଗଲା ।
୧. ଜିଲ୍ଲାପାଳ, ପୁରୀ ୨. ମୁଖ୍ୟମନ୍ତ୍ରୀ, ଓଡ଼ିଶା, ୩. ପ୍ରଧାନମନ୍ତ୍ରୀ ୪. ରିଲିଫ କମିଶନର ୫.ସତ୍ୟବାଦୀଥାନା, ସମସ୍ତପତ୍ରପତ୍ରିକା,
ବିଧାୟକ, ସାଂସଦ, ବି.ଡି.ଓ. ଓ ସଂପୃକ୍ତ ସମସ୍ତ ବିଭାଗ
Related Stories
November 23, 2024