
ମାଲକାନଗିରି – ସ୍ୱାଭିମାନ ଅଞ୍ଚଳରେ ବସବାସ କରୁଥିବା ଦିଦାୟି ସମ୍ପ୍ରଦାୟର ୨୨ ଖଣ୍ଡଗାଁର ଲୋକ ପୂର୍ବରୁ ବାରମ୍ବାର ନିଜ ଅଞ୍ଚଳରେ ମେଳି କରି ଅଞ୍ଚଳର ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଜଣେଇଲେ ମଧ୍ୟ କେହିନ ଶୁଣିବାରୁ ବାଧ୍ୟ ହୋଇ କୁଡୁମୁଲୁଗୁମା ଆସି ରାଜରାସ୍ତାକୁ ଓହ୍ଲାଇଲେ । ମୁଖ୍ୟତଃ ସେ ଅଞ୍ଚଳରେ ମୌଳିକ ସୁବିଧା ନପହଞ୍ଚିବା ଓ ସେ ଅଞ୍ଚଳର ଉନ୍ନତି ପରିବର୍ତ୍ତନ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହାତରେ ଟେକିଦେବା ଏହା ସହିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦିଦାୟି ନାଁରେ ସେ ଅଞ୍ଚଳର ଟଙ୍କାକୁ ହରିଲୁଟ କରିବା ପରି ବିଭିନ୍ନ ୧୮ଦଫା ଦାବି ନେଇ କୁଡୁମୁଲୁଗୁମ୍ମା ଫାଣ୍ଡି ଠାରୁ ଶୋଭାଯାତ୍ରା କରି ଦିଦାୟି ଅଫିସ ଘେରାଉ କରିଛନ୍ତି । ସ୍ଵାଧୀନତା ପରେ ମଧ୍ୟ ସେ ଅଞ୍ଚଳରେ ପିଇବା ପାଣି, ରାସ୍ତା, ରାସନ କାର୍ଡ଼, ବିଦ୍ୟୁତ ପରି ସୁବିଧା ନ ପହଞ୍ଚିବା ପରି ଦାବି ରହିଛି। ସରକାର ଏହି ଦାବି ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରସୋର କରାଯିବ ବୋଲି ଅାନ୍ଦୋଳନକାରୀ କହିଛନ୍ତି ।