ଭୁବନେଶ୍ୱର– ଶନିବାର ଓ ରବିବାର ବ୍ୟତୀତ ସପ୍ତାହରେ ପାଂଚଦିନ ଚଳାଚଳ କରୁଥିବା ୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଇଂଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ସେବାକୁ ୨୦୨୦ ସେପ୍େଟମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
୦୨୮୬୧ ରାଉରକେଲା-ଭୁବନେଶ୍ୱର ଇଂଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ରାଉରକେଲା ଠାରୁ ଭୋର ୫ଟା୧୦ ମି.ରେ ଛାଡି ଭୁବନେଶ୍ୱର ଠାରେ ଅପରାହ୍ନ ୧୨ଟା୩୦ମି.ରେ ପହଁଚୁଥିବାବେଳେ ଫେରିବା ପଥରେ ୦୨୮୬୨ ଭୁବନେଶ୍ୱର-ରାଉରକେଲା ଇଂଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ଅପରାହ୍ନ ୨ଟା୧୦ମି.ରେ ଛାଡି ରାଉରକେଲା ଠାରେ ରାତି ୯ଟା୪୦ମି.ରେ ପହଂଚିବ ।