ଭୁବନେଶ୍ୱର– କରୋନା ଯୋଗୁଁ ଲକ୍ଡାଉନ ସମୟରେ ସ୍ୱେଚ୍ଛାକୃତ ଭାବେ ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ ଲୋକଙ୍କୁ ସେମାନଙ୍କ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ଔଷଧ, ମାସ୍କ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଂଚାଇଛନ୍ତି ବିଜେପି କାର୍ଯ୍ୟକର୍ତା । ‘ସେବା ହିଁ ସଂଗଠନ’କୁ ଅଧାର କରି ସାମାଜିକ ଦୁରତ୍ୱ ବଜାୟ ରଖି ‘ଫିଡ୍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ; ପିଏମ କେୟାର୍ସକୁ ମୁକ୍ତ ହସ୍ତରେ ଦାନ କରିବା, ଆରୋଗ୍ୟ ସେତୁ ଆପ୍ କୁ ବ୍ୟବହାର କରି ନିଜେ ସୁରକ୍ଷିତ ରହିବା ଏବଂ କରୋନା ସଂଗ୍ରାମ ସହ ଲଢେଇ କରୁଥିବା ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫ, ପୁଲିସ କର୍ମଚାରୀ, ସଫେଇ କର୍ମଚାରୀ, ବ୍ୟାଙ୍କ ଓ ପୋଷ୍ଟାଲ କର୍ମଚାରୀଙ୍କ ସମେତ ସରକାରୀ କର୍ମଚାରୀମାନଙ୍କୁ ପତ୍ର ମାଧ୍ୟମରେ ଧନ୍ୟବାଦ ଦେବା ଆଦି କାର୍ଯ୍ୟ ବିଜେପି କାର୍ଯ୍ୟକର୍ତାମାନେ ନିଷ୍ଠାର ସହ ଦାୟୀତ୍ୱ ସଂପାଦନା କରିଥିଲେ । ରାଜ୍ୟ ସଭାପତି, ଦୁଇ କେନ୍ଦ୍ରମନ୍ତ୍ରୀ, ରାଜ୍ୟର ବରିଷ୍ଠ ନେତୃତ୍ୱଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟର ସଂପାଦନା କରାଯାଇ ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା ।
ଏହି ସମସ୍ତ ସେବା କାର୍ଯ୍ୟକୁ ସମ୍ବଳିତ କରି ଜିଲ୍ଲା ଅନୁଯାୟୀ ଇ-ବୁକ୍ ଉନ୍ମୋଚିତ ହୋଇଛି । ଗତ କାଲି ଘୁମୁସୁର ଜିଲ୍ଲା କାର୍ଯ୍ୟକ୍ରମରେ ପ୍ରଥମ ଇ-ବୁକ୍ କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଉନ୍ମୋଚନ କରିଛନ୍ତି । ଏହି ଇ-ବୁକ୍ ଯୁଗଯୁଗକୁ ଭବିଷ୍ୟତ ପିଢୀଙ୍କୁ ସେବା କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମହାନ୍ତି ଏହି ଅବସରରେ କହିଛନ୍ତି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ସୁନ୍ଦରଗଡ ଜିଲ୍ଲା କାର୍ଯ୍ୟକ୍ରମରେ ପୂୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ଶ୍ରୀ ଜୁଏଲ ଓରାମ ଉପସ୍ଥିତ ରହି ଇ-ବୁକ୍ ଉନ୍ମୋଚନ କରିଛନ୍ତି । ରାଜ୍ୟ ଇ-ବୁକ୍ କମିଟିର ସଦସ୍ୟ ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଟଙ୍କଧର ତ୍ରିପାଠୀ, ରାଜ୍ୟ ଆଇଟି ସେଲ୍ ସଂଯୋଜକ ସ୍ୱୟଂ ବରାଳଙ୍କ ସମେତ ଉପସ୍ଥିତ ଥିଲେ । ୱେବିନାର ମାଧ୍ୟମରେ ଅନୁଷ୍ଠିତ ଉନ୍ମୋଚନ କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ପ୍ରମୁଖ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।