ମାଲକାନଗିରି -କାଲିମେଳା ବ୍ଲକ ମୁରଲୀଗୁଡା ଗାଁ ନିକଟରେ ଏକ ବାଇକ ସହ ଅଟୋର ମୁହାଁମୁହିଁ ଧକ୍କା ହେବାରୁ ମଟର ସାଇକେଲ ଚଳାଉଥିବା ଜଣେ ଯୁବକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅଟୋ ଚଳାଉଥିବା ଡ୍ରାଇଭର ଓ ଅଟୋ ରେ ବସିଥିବା ଦୁଇଜଣ ଗୁରୁତର ହୋଇଥିବା ଜଣାପଡିଛି ।ଆହତ ମାନଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ଏମଭି – ୭୯ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ! ପରେ ଅଟୋ ଡ୍ରାଇଭର ଅଧିକ ଗୁରୁତର ଥିବାରୁ ତାକୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମୃତ୍ୟୁ ହୋଇଥିବା ବାଇକ ଚାଳକ ଜଣଙ୍କ ହେଉଛନ୍ତି ମାଲକାନଗିରି ବ୍ଲକ ଶିଖପାଲି ପଞ୍ଚାୟତ କୋଡେଲମେଟଲା ଗ୍ରାମର ମାରା ସୋଡି ( ୨୮ ) ବୋଲି ତାର ସାନ ଭାଇ ଭୀମା ସୋଡି ବୋଲି ଜଣାପଡିଛି ! ଅଟୋରେ ଥିବା ୩ ଆହତ ମାନଙ୍କର ପରିଚୟ ମିଳିପାରିନଥିବା ବେଳେ ସମୋନେ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି । ଖବର ପାଇ ମୋଟୁ ଥାନା ଅଧିକାରୀ ଶୁଶାନ୍ତ କୁମାର ସାହୁ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ପହଞ୍ଚି ଆହତଙ୍କୁ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିବା ବେଳେ ଦୁର୍ଘଟଣା ଗାଡିଗୁଡିକ ଜବତ କରି ଥାନାକୁ ନେଇଛନ୍ତି ପୋଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ମୃତ ମାରା ର ଶବକୁ ବ୍ୟବଚ୍ଛେଦ ପାଇଁ କାଲିମେଳା ମେଡିକାଲ ପଠାଇଥିବା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Related Stories
January 20, 2025
January 20, 2025