କେନ୍ଦୁଝର-କେନ୍ଦୁଝର ଜିଲ୍ଲାରେ ଗୁଣି ଗାରେଡି ସନ୍ଦେହରେ ଦମ୍ପତି ଙ୍କୁ ହତ୍ୟା ଅଭିଯୋଗରେ ମାନବ୍ୟବର ବିଚାରପତି ତିନି ଜଣ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଅନ୍ୟ ୧୨ ଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରିଦେଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ତିନି ଜଣଙ୍କୁ କେନ୍ଦୁଝର ର ମାନ୍ୟବର ଏ.ଡି.ଜେ. ଆଜୀବନ କାରାଦଣ୍ଡାରେ ଦଣ୍ଡିତ କରିଛନ୍ତି । ଏବଂ ପ୍ରମାଣ ଅଭାବରୁ ଅନ୍ୟ ୧୨ ଜଣ ନିର୍ଦ୍ଧୋଷ ରେ ଖଲାସ କରିଛନ୍ତି । । ଗତ ୨୦୧୪ ମସିହା ଅକ୍ଟୋବର ୯ ତାରିଖ ରେ ବାଂଶପାଳ ବ୍ଲକ ଅନ୍ତର୍ଗତ ଶାହାରପୁର ଗାଁ ରେ ରାଜେନ୍ଦ୍ର ଦେହୂରୀ ଓ ତାଙ୍କ ସ୍ତ୍ରୀ ଜେମା ଦେହୂରୀ ଙ୍କୁ ସେହି ଗ୍ରାମର କିଛି ଲୋକେ ଗୁଣି ଗାରେଡି କରୁଥିବା ସନ୍ଦେହରେ ରାତି ରେ ତାଙ୍କ ଘରେ ପଶି ଅତି ଦମ୍ପତିଙ୍କୁ ଅତ୍ୟନ୍ତ ବିଭତ୍ସ ଭାବରେ ହତ୍ୟା କରିଥିଲେ । ଏ ସଂପର୍କରେ ନୟାକୋଟ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ତଦନ୍ତ ସମୟରେ ୧୮ ଜଣ ଙ୍କର ସାକ୍ଷୀ ଙ୍କୁ ଜେରା କରିବା ପରେ ଜଣେ ମହିଳା ଙ୍କ ସମେତ ୧୨ ଜଣ ଙ୍କୁ ଗିରଫ କରିଥିଲା । ଏହି କେଶ ର ବିଚାର ତାଲିଥିବା ବେଳେ ସୋମବାର ଦିନ ଭିଡିଓ କନ୍ଫରେନ୍ସ ଦ୍ୱାରା ଶୁଣାଣି କରି ମାନ୍ୟବର ଏ.ଡି .ଜେ ୯ ଜଣ ଙ୍କୁ ନିର୍ଦ୍ଧୋଷରେ ଖଲାସ କରିବା ସହ ୩ ଜଣ ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀ ସାବ୍ୟସ୍ତ ୩ ଜଣ ଙ୍କୁ ୪୫୦ ଓ ୩୦୨ ଦଫାରେ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନ ଆଦେଶ ଦେଇଛନ୍ତି । ଏବଂ ଜୋରିମାନ ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡା ଦେଶ ଶୁଣାଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ ଗୌତମ ପେଣ୍ଠେଇ , ମିଟି ମଲ୍ଲୀକ ଓ ବସନ୍ତ ଦେହୂରୀ ।
Related Stories
November 23, 2024
November 23, 2024