କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୩୦/୦୮/୨୦୨୦, ହୀରାକୁଦରୁ ୪୬ ଟି ଗେଟ ଦେଇ ଛଡାଯାଇଥିବା ପ୍ରଥମ ବନ୍ୟା ଜଳରେ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକ ବନ୍ୟା ସଙ୍କଟରେ ଅଛନ୍ତି | ଆଜି ପୁରୀ ବିଧାନସଭା ଅନ୍ତର୍ଗତ ଉତ୍ତର କଣା, ନୁଆ ଗାଁ ଓ ତଳଜଙ୍ଗ ଗାଁ ପରିଦର୍ଶନ କରି ବନ୍ୟା ପରିସ୍ଥିତି ର ସମୀକ୍ଷା କରିବା ସହିତ, ଲୋକ ମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ପୁରୀ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ । ବନ୍ୟା ପ୍ରଭାବିତ ଅଞ୍ଚଳର ଗ୍ରାମବାସୀ ମାନଙ୍କ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରଶାସନ କୁ ସେ ଅବଗତ କରାଇଛନ୍ତି ।