କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୩୦/୦୮/୨୦୨୦, ପୁରୀ ସହରର ଅଗ୍ରଣୀ ଅନୁଷ୍ଠାନ ପୁରୀ ଡ୍ୟାନ୍ସ ଏକାଡେମୀ ଆନୁକୂଲ୍ୟରେ ଶନିବାର ଦିନ “ଛାନ୍ଦ ଓ ଚମ୍ପୁ ପ୍ରବନ୍ଧ ମାଳା”ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଉକ୍ତ କାର୍ଯ୍ୟକ୍ରମକୁ ପୁରୀର ସୁନାମଧନ୍ୟ କଣ୍ଠଶୀଳ୍ପୀ ଗୁରୁ ଚନ୍ଦ୍ରମଣି ଲେଙ୍କା ପ୍ରଦୀପ ପ୍ରଜ୍ବଳନ କରି ଆରମ୍ଭ କରିଥିଲେ |ପୁରୀର ବରେଣ୍ୟ ଗୁରୁ ସ୍ବର୍ଗତ ବିଶ୍ୱନାଥ ମହାପାତ୍ର(କଣ୍ଠଶିଳ୍ପୀ )କୁ ଶ୍ରଦ୍ଧାଞ୍ଜଳି ଦେଇ ସମସ୍ତ ଗୁରୁମାନେ ତାଙ୍କ ଫୋଟୋ ଚିତ୍ରରେ ପୁଷ୍ପ ପ୍ରଦାନ ସହ ଅନୁଷ୍ଠାନର ସମ୍ପାଦକ ଗୁରୁ ନାରାୟଣ ପାଣ୍ଡେଙ୍କ ତତ୍ୱାବଧାନରେ ସମସ୍ତଙ୍କ ଉପସ୍ଥିତରେ ନିରବ ପ୍ରାର୍ଥନା କରାଯାଇଥିଲା |ତତପରେ ଗୁରୁ ଚନ୍ଦ୍ରମଣି ଲେଙ୍କା ଓ ଗୁରୁ ଶକ୍ତିପ୍ରସାଦ ନାୟକ କଣ୍ଠ ସଙ୍ଗୀତର କାର୍ଯ୍ୟକ୍ରମରେ ଛାନ୍ଦ ଓ ଚମ୍ପୁ ପରିବେଷଣ କରିଥିଲେ |ତାଙ୍କୁ ବଂଶୀରେ ଗୁରୁ ଲକ୍ଷ୍ମୀଧର ମଲ୍ଲିକ, ମାର୍ଦ୍ଧକରେ ଗୁରୁ ଜଗନ୍ନାଥ ମିଶ୍ର ସାହାଯିଗିତା କରିଥିଲେ |
ସ୍ବର୍ଗତ ଗୁରୁ ବିଶ୍ୱନାଥ ମହାପାତ୍ରଙ୍କ ଅବଦାନ ଓ ସ୍ମୃତିକୁ ମନେପକାଇ ଅନଲାଇନ ମାଧ୍ୟମରେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଳ, ଗୁରୁ କବୀଟିଲକ ଆର୍ତତ୍ରାଣ ଶତପଥି, ଗୁରୁ ଶରତ କୁମାର ରଥ, ଗୁରୁ ବସନ୍ତ କୁମାର ମିଶ୍ର, ଶୋକ ବାର୍ତ୍ତା ପ୍ରଦାନ କରିଥିଲେ ଓ ତାହା ସହ ଲୁଚି ଯାଇଥିବା “ଛାନ୍ଦ ଓ ଚମ୍ପୁ “ର ପରମ୍ପରାକୁ ପୁନଃହ ଉପସ୍ଥାପନା କରିଥିବାରୁ ଅନୁଷ୍ଠାନର ସମ୍ପାଦକୁ ପ୍ରଶଂସା କରିଥିଲେ |ଉକ୍ତ କାର୍ଯ୍ୟକ୍ରମରେ ନୃତ୍ୟ ମାଧ୍ୟମରେ ଅନୁଷ୍ଠାନର ଛାତ୍ରୀ ସାବିତ୍ରୀ ମହାପାତ୍ର ଓ ଲିପି ରେଖା ମହାପାତ୍ର କ ଚମ୍ପୁ ଓ ଖ ଚମ୍ପୁ ଗୀତ ଗୋବିନ୍ଦରେ ଶ୍ରିତକମଳା ପରିବେଷଣ କରିଥିଲେ |ଅନଲାଇନ ମାଧ୍ୟମରେ ଫେସବୁକରେ ଘରେ ରହି ବହୁ ଦର୍ଶକ ଓ କଳାକାର ଉପଭୋଗ କରିଥିଲେ |କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଗୁରୁ ନାରାୟଣ ପାଣ୍ଡେ ଓ ରୋଜାଲିନ ମହାନ୍ତି (ଅନ୍ତଃ ଜାତୀୟ ଓଡିଶୀ ନୃତ୍ୟ ଶିଳ୍ପୀ )