
ନୂଆଦିଲ୍ଲୀ– ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ‘ମନ କି ବାତ୍’ କରିବେ। ପୂର୍ବାହ୍ନ ୧୧ଟା ବେଳେ ଏହି ଲୋକପ୍ରିୟ ବେତାର କାର୍ଯ୍ୟକ୍ରମର ୬୮ତମ ଶୃଙ୍ଖଳ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀର ସମସ୍ତ କେନ୍ଦ୍ର ଦ୍ୱାରା ପ୍ରସାରିତ ହୁଏ ଓ ଦୂରଦର୍ଶନରେ ମଧ୍ୟ ଦେଖାଯାଏ।
ମନ କି ବାତ୍ ନେଇ ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ୱିଟ୍ କରିସାରିଛନ୍ତି। ପ୍ରସଙ୍ଗନେଇ ଜନତାଙ୍କ ପରାମର୍ଶ ମାଗିଥିଲେ ପ୍ରଧାନମନ୍ତ୍ରୀ। ଏଥିରେ ଦେଶବାସୀଙ୍କୁ ମାଇଁ ଜିଓଭି ଆପ୍ ଅଥବା ଟୋଲ ଫ୍ରି ନମ୍ବର ୧୮୦୦-୧୧-୭୮୦୦ରେ ୨୯ ଅଗଷ୍ଟ ରାତି ୧୧ଟା ୪୫ ମିନିଟ୍ ମଧ୍ୟରେ ଦେଇପାରିବେ ବୋଲି ଉଲ୍ଲେଖ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପ୍ରସାରଣ ଆରମ୍ଭ ହେବା ଦିନରୁ ଦେଶରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି। ଏଥିରେ ପ୍ରଧାନମନ୍ତ୍ରୀ ନାଗରିକଙ୍କ ମତାମତ ଗ୍ରହଣ କରିବା ସହ ନିଜର ମନର କଥା ବି କହିଥାନ୍ତି।