ନୂଆଦିଲ୍ଲୀ-ବିଶ୍ୱର ଅନ୍ୟତମ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରେ ପାଳନ ହେବ । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ କଟକଣା ମଧ୍ୟରେ ପାଳନ ହେବ । ଭାରତୀୟ ଜନତା ପାର୍ଟି (ବିଜେପି) ମୋଦୀଙ୍କ ଜନ୍ମ ଦିନ ଅବସରରେ ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ଠାରୁ ‘ସେବା ସପ୍ତାହ’ ଆରମ୍ଭ କରିବାକୁ ଯାଉଛି । ଏହି ସପ୍ତାହ ସେପ୍ଟେମ୍ବର ୨୦ ଯାଏଁ ଜାରି ରହିବ ।