ମାଲକାନଗିରି– ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳ ଅଧୀନରେ ଥିବା ମୋଟୁ ଅଞ୍ଚଳର ଏକ ଜାଗାକୁ ଜୈନକ ବ୍ୟକ୍ତି ଜବର ଦଖଲ କରି ସେଠାରେ ତାରବାଡ ଦେବା ନିଜ ଅକ୍ତିଆରରେ ରଖିଥିବା ନେଇ ସ୍ଥାନୀ ଅଞ୍ଚଳବାସୀ ମାନେ ଅଭିଯୋ ଗ କରିବାପରେ ମୋଟୁ ବନ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇ ପୋତାଯାଇଥିବା ତାରବାଡ ଗୁଡିକ ଉଠାଇ ଦେଇଥିବା ଦେଖିବାକୁ ମିଳିଛି ।ମୋଟୁ ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଙ୍କ ନେତ୍ବରେ ଫରେଷ୍ଟର ବିଦ୍ୟୁତ ବିଶ୍ଵାସ , ଫରେଷ୍ଟ ଗାର୍ଡ ସୁମିତ ବିଶ୍ଵାସ , ଏ ଶ୍ରୀନିବାସ ରାଓ , ବଳରାମ ପାଣିଗ୍ରାହୀ ଏବଂ ଫେରଷ୍ଟ ସୁରକ୍ଷା ଦଳ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ସୂଚନା ଅନୁଯାଇ ମୋଟୁ ସ୍ଥିତ କାଲେରୁ ବ୍ରିଜ ନିକଟରେ ଥିବା ପ୍ରାୟ ୧ଏକର ଜଙ୍ଗଲଜମିକୁ ଜଣେ ବ୍ୟକ୍ତି ଜବର ଦଖଲ କରି ତାରବାଡ ଦେଇ ସିମେଣ୍ଟ ଇଟା ଦ୍ଵାରା ପାଚେରୀ କରୁଥିବା ଅଧିକାରୀ ମାନେ ଦେଖିବାକୁ ପାଇଥିଲେ ପରେ ଏହାକୁ ଉପାଡି ଦେଇଥିଲେ । ସୂଚନା ଅନୁଯାଇ ବାଡ ଦେଇଥିବା ବ୍ୟକ୍ତିଙ୍କର ସେହି ସ୍ଥାନରେ କିଛି ଚାଷ ଜମି ରହିଛି । ସେଠାରେ ଫସଲ ହୋଇଥିବାରୁ ଉକ୍ତ ଫସଲକୁ ଗାଈ ଖାଇଦେଉଥିବା ଯୋଗୁଁ ସୁରକ୍ଷା ପାଇଁ ବ୍ୟକ୍ତି ଜଣଙ୍କ ଜମିର ଚାରିପଟେ ଏହି ତାରବାଡ ଲଗାଇଥିବା କହିଛନ୍ତି ! ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ନିଜ ଜମିକୁ ସୁରକ୍ଷା ଦେବାକୁ ଯାଇ ସରକାରୀ ଜାଗାରେ ତାରବାଡ ଲଗାଇ ଜବର ଦଖଲ କରି ରଖିବା ପଛରେ କଣ ରହସ୍ୟ ରହିଛି ।ତୁରନ୍ତ ଏହି ସ୍ଥାନକୁ ସଫା କରିବା ପାଇଁ ଫରେଷ୍ଟ ଅଧିକାରୀ ମାନେ ଉକ୍ତ ବ୍ୟକ୍ତିଙ୍କୁ କହିଥିବା ଜଣାପଡିଛି । ଏ ନେଇ ମୋଟୁ ଫରେଷ୍ଟର ବିଦ୍ୟୁତ ବିଶ୍ଵାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଚାଷପାଇଁ ଉକ୍ତ ବ୍ୟକ୍ତି ବାଡ ଲଗାଇଥିଲେ ଆମେ ତାହାକୁ ସଫା କରିଦେଇଛୁ । ତେବେ ମୋଟୁ ସଦର ମହକୁମା ଅଞ୍ଚଳରେ ଜାତୀୟ ରାଜପଥ ୩୨୬କଡରେ ଏକ ଜଙ୍ଗଲଜମିକୁ ଜଣେ ବ୍ୟକ୍ତି ଅକ୍ତିଆର କରି ସେଠାରେ ତାରବାଡ ସହ ସିମେଣ୍ଟ ଇଟାରେ ପାଚେରୀ କରିବାକୁ ବସିଥିବା ବେଳେ ଏ ନେଇ ଦାଇତ୍ୱରେ ଥିବା ରେଞ୍ଜର କିମ୍ବା ବନ ବିଭାଗର ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ କିପରି ଜାଣିପାରିଲେନି ତାହା ଏଠାରେ ସନ୍ଦେହ ସୃଷ୍ଟି କରିଛି । ଏହାର ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ମୋଟୁ ଅଞ୍ଚଳବାସୀ ଦାବୀ କରିଛନ୍ତି !
Related Stories
November 23, 2024