ଭୁବନେଶ୍ୱର– ରାଜ୍ୟରେ ଗୋଟିଏ ଦିନରେ ୩୦୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୯୩୪ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ରାଜ୍ୟରେ ବର୍ତମାନ ସୁଦ୍ଧା ୭୦୭୧୪ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ମାମଲା ୨୯୬୮୫ ରହିଛି ।
ଆଜି ଚିହ୍ନଟ ହୋଇଥିବା ୩୦୧୪ ଜଣଙ୍କ ମଧ୍ୟରୁ ୧୮୬୮ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୧୪୬ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୯ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୭୮୪ ନୂଆ ମାମଲା ସାମନାକୁ ଆସିଛି । ଗଂଜାମ ଜିଲ୍ଲାରେ ୨୧୬ ଟି ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ୨୫ , ବାଲେଶ୍ୱର ଜିଲ୍ଲାରେ ୧୩୮ ଜଣ, ବରଗଡ ଜିଲ୍ଲାରେ ୧୨୪, ଭଦ୍ରକ ଜିଲ୍ଲାରେ ୪୦, ବଲାଙ୍ଗିର ଜିଲ୍ଲାରେ ୩୫ . କଟକ ଜିଲ୍ଲାରେ ୩୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ ୨, ଢେଙ୍କାନାଳ ଜିଲ୍ଲାରେ ୪୯, ଗଜପତି ଜିଲ୍ଲାରେ ୯, ଜଗତସିଂହପୁର ଜିଲ୍ଲାରେ ୬୬, ଯାଜପୁର ଜିଲ୍ଲାରେ ୩୮. ଝାରସୁଗୁଡା ଜିଲ୍ଲାରେ ୪୫, କଳାହାଣ୍ଡି ଜିଲ୍ଲାରେ ୪୦. କନ୍ଧମାଳ ଜିଲ୍ଲାରେ ୬୦, କେନ୍ଦ୍ରାପଡା ଜିଲ୍ଲାରେ ୪୪ ,କେନ୍ଦୁଝର ଜିଲ୍ଲାରେ ୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୧୨୦ ଜଣ, ମାଲକାନଗିରି ଜିଲ୍ଲାରେ ୪୯ , ମୟୁରଭଂଜ ଜିଲ୍ଲାରେ ୨୯୨, ନବରଙ୍ଗପୁୁରରେ ୩୮, ନୟାଗଡ ଜିଲ୍ଲାରେ ୨୯, ନୂଆପଡା ଜିଲ୍ଲାରେ ୭, ପୁରୀ ଜିଲ୍ଲାରେ ୧୧୮, ରାୟଗଡା ଜିଲ୍ଲାରେ ୧୦୪, ସମ୍ବଲପୁର ଜିଲ୍ଲାରେ ୧୦୨ ,ସୋନପୁର ଜିଲ୍ଲାରେ ୪୪ ତଥା ସୁନ୍ଦରଗଡ ଜିଲ୍ଲାରେ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୦୬୪୬ କରୋନା ପରୀକ୍ଷଣ
ଭୁବନେଶ୍ୱର, ୨୯ ଅଗଷ୍ଟ – ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୦୬୪୬ କରୋନା ପରୀକ୍ଷଣ ହୋଇଛି । ଏଥି ମଧ୍ୟରୁ ଆରଟି-ପିସିଆର ୭୬୭୩, ଆଂଟିଜେନ ୫୨୮୪୩ ତଥା ଟ୍ରୁନାଟ ୧୩୦ ସାମିଲ ରହିଛି । ଆଜି ସୁଦ୍ଧା ରାଜ୍ୟରେ ମୋଟ ୧୭୩୧୫୫୬ କରୋନା ପରୀକ୍ଷଣ କରା ଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।