
ଭୁବନେଶ୍ୱର – ହୀରାକୁଦ ଜଳଭଣ୍ଡାରକୁ ଛତିଶଗଡ଼ରୁ ପାଣି ଆସିବା କମି ଯାଇଛି । କାଲି ସାଢେ ୯ ଲକ୍ଷ କ୍ୟୁସେକ ଜଳ ଆସୁଥିଲା, ଆଜି ୭ ଲକ୍ଷ କ୍ୟୁସେକ ଜଳ ଆସୁଛି । ଏସଆରସି ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଆମେ ଆଶା କରୁଛୁ ମୁଣ୍ଡଳିରେ ସେହି ୧୦ ଲକ୍ଷ କ୍ୟୁସେକ୍ ଜଳ ରହିବ, ଆଉ ବଢ଼ିବ ନାହିଁ ।
ସେ କହିଛନ୍ତି ଯେ ପାଂଚଟି ମଧ୍ୟରୁ ତିନୋଟି ନଦୀରେ ବନ୍ୟା ସ୍ଥିତିରେ ସୁଧାର ଆସିଛି । ସୁବର୍ଣରେଖା ନଦୀର ଜଳସ୍ତର ବିପଦ ସଙ୍କେଦ ଠାରୁ କମିଲାଣି । ଆସନ୍ତା କାଲି ସନ୍ଧ୍ୟାରୁ ପରିସ୍ଥିତିରେ ସୁଧାର ହେବ ବୋଲି ଆଶା କରାଯାଉଛି ।
ବର୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ନଦୀରେ ୩୨ଟି ଘାଇ ସୃଷ୍ଟି ହୋଇଛି । କେବଳ ଯାଜପୁର ଜିଲ୍ଲାରେ ୨୪ଟି ଘାଇ ସୃଷ୍ଟି ହୋଇଛି, ମହାନଦୀ ସିଷ୍ଟମରେ ମଧ୍ୟ ୨ଟି ଘାଇ ହୋଇଛି । ହୀରାକୁଦ ଡ୍ୟାମ୍ରେ ଏବେ ୪୬ ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି । ଏହାକୁ ବଢାଇବାର ଆବଶ୍ୟକତା ପଡି ନ ପାରେ ବୋଲି କୁହା ଯାଇଛି ।