ପାରଳାଖେମୁଣ୍ଡି– ଗଜପତି ଜିଲ୍ଲା ପୋଲିସ ପକ୍ଷରୁ କୋଭିଡ଼୍ କଟକଣା ଉଲ୍ଲଙ୍ଘନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଗତ ୨୯ ତାରିଖ ଦିନ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଏନେଇ ବ୍ୟାପକ ଧରପଗଡ଼ କରାଯିବା ସହ ଲକ୍ ଡାଉନ୍ କଟକଣା ଓ କୋଭିଡ଼୍ ଆଇନ୍ ଭଙ୍ଗ କରୁଥିବା ଏବଂ ମୁହଁରେ ମାସ୍କ ପିନ୍ଧୁ ନଥିବା ଅମାନିଆଙ୍କ ଠାରୁ ଜୋରିମାନା ବାବଦକୁ ମୋଟ୍ ୨୬ ହଜାର ୫୦୦ ଟଙ୍କା ଆଦାୟ କରାଯାଇଛି ।
ବିଭାଗୀୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ମାସ୍କ ପିନ୍ଧି ନଥିବା ଲୋକଙ୍କ ଠାରୁ ପାରାଖେମୁଣ୍ଡି ଆଦର୍ଶ ଥାନା ୧୧,୧୦୦ ଟଙ୍କା, ଗାରାବନ୍ଧ ଥାନା ୮୦୦, ରାୟଗଡ଼ ଥାନା ୫୧୦୦ ଟଙ୍କା, ଗୁରାଣ୍ଡି ଥାନା ୧୭୦୦ ଟଙ୍କା, ସେରଙ୍ଗ ଥାନା ୮୦୦ ଟଙ୍କା, ମୋହନା ଥାନା ୧୦୦୦ ଟଙ୍କା ଏବଂ ଅଡ଼ବା ଥାନା ପକ୍ଷରୁ ଜୋରିମାନା ବାବଦକୁ ୨୦୦୦ ଟଙ୍କା ଆଦାୟ କରାଯାଇଛି । ଏହି ମୋଟ୍ ୨୨ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
ଅନୁରୂପ ଭାବେ, କୋଭିଡ଼୍ -୧୯ ଓ ଲକ୍ ଡାଉନ୍ କଟକଣା ଉଲ୍ଲଙ୍ଘନକାରୀଙ୍କ ଠାରୁ ଜୋରିମାନା ବାବଦକୁ ମୋଟ୍ ୪୦୦୦ ଟଙ୍କା ଆଦାୟ କରାଯାଇଛି ।