
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ, ଶନିବାର ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ପାର୍ଶ୍ଵପରିବର୍ତନ ଏକାଦଶୀ ହେତୁ ସକାଳ ଧୂପ,ଭୋଗମଣ୍ଡପ ପରେ ମହାସ୍ନାନ ବଢ଼ି ସର୍ବାଙ୍ଗ ଚନ୍ଦନଲାଗି ସହିତ ନୂଆଲୁଗା ଲାଗି ହୋଇ ବେଶ ବଢିଥିଲା ।ମଧ୍ୟାନଧୂପ ,ସନ୍ଧ୍ୟା ଆଳତି ପରେ ଶ୍ରୀମଦନମୋହନ ଆଜ୍ଞାମାଳ ପାଇ ଏକାଦଶୀ ବେଢାକୁ ବିଜେ ହୋଇଥିଲେ । ସନ୍ଧ୍ୟା ଧୂପ ବଢିବାପରେ ଅନନ୍ତ- ପୁରୁଷୋତ୍ତମ ମନ୍ଦିରରେ ପବିତ୍ର ଅଧିବାସ ନିମନ୍ତେ ଆଚାର୍ଯ୍ୟ ବ୍ରମହଂ।ବରଣ ପୂର୍ବକ ହୋମ ହୋଇଥିଲା ।ଚନ୍ଦନ ଲାଗି ପରେ ଖଟ ଶେଜ ଘରୁ କଟ ବାହାରି ପବିତ୍ର ଅଧିବାସ ହୋଇଥିଲା ।ପରେ ପ୍ରଥମ ବଡ଼ସିଂହାର ବେଶ,ଭୋଗ ସରିବାପରେ ମହାସ୍ନାନ, ଚନ୍ଦନଲାଗି ହୋଇ ୬ ମୂର୍ତି ଅଳଙ୍କାର ଲାଗି ସହିତ ବଡ଼ସିଂହାର ବେଶ ଓ ଭୋଗ ବଢି ବଲ୍ଲଭ ବଡ଼ସିଂହାର, ଷୋଡଶ ଉପଚାରରେ ସମାପନ ହୋଇଥିଲା ।ପାଣି ପିଡ଼ିଲାପରେ ପାର୍ଶ୍ୱ-ପରିବର୍ତନ ନିମନ୍ତେ ଖଟ ଶେଜ ଘର ଉପରେ ନିଶୁଣି ପକାଇ ମୁଦିରସ୍ତ ,ବେହେରା, ଖୁଣ୍ଟିଆ,ଗରାବଡୁ, ପାଳିଆ ମେକାପ, ଅଖଣ୍ଡ ମେକାପ ଓ ତଢାଉ ଯାଇ ମୁଦ ଭାଙ୍ଗି ଶୟନ ହୋଇଥିବା ପେଡ଼ିକୁ ମୁଦିରସ୍ତ ଖୋଲିଥିଲେ ହାତୁଆଣିନେଇ ଶୁକ୍ଳ ଫୁଲ ତିନିଅଁଜୁଳି ଦେଲା ପରେ କଡଲେଉଟାଇ ପରେ ବନ୍ଦାପନା କରି ପଡି ବନ୍ଦ ସହିତ ଦୁଆରକୁ ମୁଦ ଦେଇ ତଳକୁ ଓହ୍ଲାଇ ଥିଲେ ।ପରେ ଶ୍ରୀଅଙ୍ଗରୁ ଅଳଙ୍କାର ମନ ମଇଲମ ହୋଇ ପହୁଡ଼ ଆଳତି ହୋଇଥିଲା |