
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ, ଶନିବାର ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ସୁନିଆଁ ତଥା ଶ୍ରୀ ବାମନ ଜନ୍ମ ନିମନ୍ତେ ସକାଳ ଧୂପ ସାରିଲାପରେ ମହାସ୍ନାନ, ସର୍ବାଙ୍ଗ ପରେ ପବିତ୍ର ଲାଗି ହୋଇଥିଲା ।ବେଶ ବଢ଼ିଲାପରେ ମଧ୍ୟାନଧୂପ ଅନୁଷ୍ଠିତ ହୋଇଥିଲା ।ଟେରାପଡିବା ପରେ ଜୟ- ବିଜୟ ଦ୍ୱାର ବନ୍ଦ ହୋଇ ମୁରୁଜରେ ମଣ୍ଡଳ ପଡିଥିଲା ମୁଦିରସ୍ତ ଧଣ୍ଡି ପ୍ରସାଦ ଲାଗି କଲାପରେ ବାମନ(କୃଷ୍ଣ) ମଣ୍ଡଳକୁ ଅସିଥିଲେ । ବଣିଆ ସେବକ ଦେଇଥିବା ସୁନା ବାମନ ପ୍ରତିମାଙ୍କ ନିକଟରେ ବରୁଣ ପୂଜା ବ୍ରମହଁ।ବରଣ ଶେଷ ହୋଇ ଖଣ୍ଡୁଆ ଯୋଡ଼ାଯାଇ ଜନ୍ମ ବିଧି ହୋଇଥିଲା ।ଏହା ପରେ କ୍ଷୀର,ସର, ଲହୁଣୀ ଭୋଗ ହୋଇ ସୋମନାଥ (ମାଜଣା)ମଣ୍ଡପ ଖଟକୁ ବିଜ କରିଥିଲେ। ପରେ ଭଣ୍ଡାରକୁ ପାତି ମହାପାତ୍ର ରୂପା ବଟାରେ ଶ୍ରୀଦୁର୍ଗ ଦେବୀ ଙ୍କୁ ସୋମନାଥ ମଣ୍ଡପରେ ବିଜେ କରାଇଥିଲେ ।ଏଠାରେ ବସୁଧାରା ଓ ଯଜ୍ଞପଵିତ୍ର ପରେ ଶୀତଳ ଭୋଗ, ବନ୍ଦାପନା ହୋଇ ବହୁଡାବିଜ କରିଥିଲେ|