

Related Stories
May 6, 2025
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଶନିବାର ୧୬୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୭ଜଣ ସୁସ୍ଥ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ଶନିବାର ୧୬୯ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୪ଜଣ କୋଭିଡ୍ ଯୋଦ୍ଧା ରହିଥିବା ବେଳେ ଜଣେ ରାଜ୍ୟ ଫେରନ୍ତା ରହିଛନ୍ତି । ସେହିପରି ୧୬୪ଜଣ ସ୍ଥାନୀୟ ସଂକ୍ରମଣ । ୪କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ବିଏମ୍ସିରୁ ୧, ଆସିକା ୧, ଗଞ୍ଜାମ ୧, ଓ ଜଗନ୍ନାଥପ୍ରସାଦ ବ୍ଲକ୍ରୁ ଜଣେ ରହିଛନ୍ତି । ସେହିପରି ରାଜ୍ୟଫେରନ୍ତା ଜଣକ କବିସୂର୍ଯ୍ୟନଗର ବ୍ଲକ୍ର । ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୧୨, ବେଗୁନିଆପଡା ୯, ବେଲଗୁଣ୍ଠା ୨, ବିଏମ୍ସି ୩୦, ଭଞ୍ଜନଗର ୨, ବୁଗୁଡା ୩, ଛତ୍ରପୁର ୭, ଚିକିଟି ୭, ଧରାକୋଟ ୩, ଦିଗପହଣ୍ଡି ୧, ଗଞ୍ଜାମ ୧, ହିଞ୍ଜିଳିକାଟୁ ୧୩, ଜଗନ୍ନାଥପ୍ରସାଦ ୪, କବିସୂର୍ଯ୍ୟନଗର ୪, ଖଲ୍ଲିକୋଟ ୧୦, କୁକୁଡାଖଣ୍ଡି ୧୩, ପାତ୍ରପୁର ୬, ପୋଲସରା ୫, ପୁରୁଷୋତ୍ତମପୁର ୬, ରଙ୍ଗେଇଲୁଣ୍ଡା ୧୪, ସାନଖେମୁଣ୍ଡି ୨, ଶେରଗଡ ୭, ସୋରଡା ବ୍ଲକ୍ରୁ ୩ଜଣ ସଂକ୍ରମିତ ରହିଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୧୭୪୫୬ରେ ପହଞ୍ôଚଥିବା ବେଳେ ୧୮୫ଜଣଙ୍କ ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ସଂଖ୍ୟା ୧୫୮୮୩ରେ ପହଂଚିଛି । ଜିଲ୍ଲାରେ ଏବେ ୧୩୮୦ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।