ଭୁବନେଶ୍ୱର – ଓପିଟିସିଏଲ୍ରେ କାର୍ଯ୍ୟରତ ଆଇଟିଆଇ କର୍ମ·ରୀମାନଙ୍କୁ ତୁରନ୍ତ ପଦୋନ୍ନତି, କର୍ମ·ରୀମାନଙ୍କ ପାଇଁ ସଠିକ୍ ନିୟମ ମାନି ସର୍ଭିର୍ସ ରେଗୁଲେସନ କରିବା ଦାବିରେ ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ମହାସଂଘର ସଦସ୍ୟମାନେ ଶହୀଦନଗରସ୍ଥିତ ଓପିଟିସିଏଲ୍ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଆଇଟିଆଇ ଟ୍ରେନିଂ ନେଇଥିବା କର୍ମ·ରୀ କୁଶଳୀ ଶ୍ରେଣୀରେ ଗଣାଯାଉଥିବା ବେଳେ ଓପିଟିସିଏଲ୍ରେ ୭ ବର୍ଷ ହେବ ଆଇଟିଆଇ କର୍ମଚାରୀମାନେ ଅର୍ଦ୍ଧକୁଶଳୀ ଶ୍ରେଣୀରେ କାର୍ଯ୍ୟ କରୁଛନ୍ତିି । ବିଦ୍ୟୁତ୍ ବିଭାଗରେ ସଂସ୍କାର ପାଇଁ ଆମୁଳଚୁଳ ପରିବର୍ତନ ହେବାର ୨୪ବର୍ଷ ପୁରିଲା ହେଲେ ଏହାର କର୍ମ·ରୀମାନଙ୍କ ପାଇଁ ଗୋଟିଏ ସର୍ଭିସ ରେଗୁଲେସନ ହୋଇପାରିଲା ନାହିଁ । ଓପିଟିସିଏଲ୍ କର୍ତୃପକ୍ଷ ରାଜ୍ୟ ସରକାରଙ୍କ ୫ଟି ନୀତିକୁ ଅଣଦେଖା କରି କର୍ମ·ରୀଙ୍କ ଭବିଷ୍ୟତକୁ ନେଇ ଖାମଖିଆଲି ନୀତି ଆପଣାଉଥିବାରୁ ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଓପିଟିସିଏଲ୍ କର୍ତୃପକ୍ଷ ବାରମ୍ବାର ନିଜ ମନ ମୁତାବକ ସଂଗଠନମାନଙ୍କ ସହ ଆଲୋଚନା କରି ପ୍ରକୃତ ଟ୍ରେଡ଼ ୟୁନିୟନକୁ ଅଣଦେଖା କରି ଶ୍ରମିକମାନଙ୍କ ସର୍ବନାଶ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି । ଯଦି ଓପିଟିସିଏଲ୍ କର୍ତୃପକ୍ଷ ତାଳତୁଳ ନୀତି ଅବଲମ୍ବନ କରି ଆଇଟିଆଇ କର୍ମ·ରୀମାନଙ୍କ ସର୍ଭିସ ରେଗୁଲେସନ କରିଦିଅନ୍ତି, ତେବେ ଭବିଷ୍ୟତରେ ଡ଼ିସକମମାନଙ୍କରେ କାର୍ଯ୍ୟ କରୁଥିବା ଆଇଟିଆଇ କର୍ମ·ରୀମାନେ ମଧ୍ୟ ଏହାର ପରିଣାମ ଭୋଗିବେ । ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ମହାସଂଘ ପକ୍ଷରୁ ଏହାର ପ୍ରତିବାଦରେ ଆନ୍ଦୋଳନାତ୍ମକ ପଦକ୍ଷେପ ସ୍ୱରୂପ ଓପିଟିସିଏଲ୍ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଧାରଣାର ପ୍ରଥମ ଦିନରେ ୩୦୦ରୁ ଉଦ୍ଧ୍ୱର୍ ଓପିଟିସିଏଲ୍ କର୍ମ·ରୀ ଏକତ୍ରିତ ହୋଇ ନାରାବାଜି କରିବା ସହ ଧାରଣାରେ ବସିଥିଲେ । ମହାସଂଘ ପକ୍ଷରୁ ଉପଦେଷ୍ଟା ଶ୍ରୀ ପ୍ରଭାକର ଦାସ ଏବଂ ଶ୍ରୀ କେ.ସି. ସାହୁ, ମହାସଂଘର ଅଧ୍ୟକ୍ଷ ଶ୍ରୀ ସନନ୍ତ କୁମାର ଭୂୟାଁ, କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଜ୍ଞାନରଞ୍ଜନ ଭୋଇ, ଉପାଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର, ଶ୍ରୀ ଶ୍ରୀଧର ବେହରା ଏବଂ ସାଧାରଣ ସମ୍ପାଦକ ଶ୍ରୀ ସତ୍ୟବ୍ରତ ପରିଡ଼ା ପ୍ରମୁଖ ଯୋଗ ଦେଇ ଧାରଣାରେ ଉଦ୍ବୋଧନ ଦେବା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରେ ବସିଥିବା ବେଳେ କର୍ତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଗଲା ବୋଲି ସାଧାରଣ ସମ୍ପାଦକ ଶ୍ରୀ ପରିଡ଼ା ପ୍ରକାଶ କରିଛନ୍ତି ।
Related Stories
November 23, 2024