
କଟକ 29,8 ପର୍ଯ୍ୟାବରଣ୍ ଦିବସ ଭାରତୀୟ ମଜଦୂର ସଂଘ ପକ୍ଷରୁ ଗତକାଲି ସାରା ଦେଶ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରରେ ପାଳନ ହେବାସହ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ହୋଇଯାଇଛି । ରାଜସ୍ଥାନରେ ବୃକ୍ଷ କଟା ନଯିବା ପାଇଁ ଅମୃତା ଦେବିଙ୍କବଳିଦାନ ଦିବସକୁ ଭାରତୀୟ ମଜଦୂର ସଂଘ ତରଫରୁ 28, ଅଗଷ୍ଟ କୁ ପର୍ଯ୍ୟା ବରଣ ଦିବସ ରୂପେ ପାଳନ କରୁଛି । ଏହିଦିନ ରାଜସ୍ଥାନ ରେ ବୃକ୍ଷ କଟା ନଯିବା ପାଇଁ ବ୍ୟାପକ ପ୍ରତିବାଦ ସ୍ୱର୍ଗୀୟା ଅମୃତା ଦେବୀ କରିଥିଲେ ଯାହାର ଫଳ ରେ 363, ଜଣ ପୁରୁଷ ମହିଳା ମାନଙ୍କୁ ବଳିଦାନ ହେବାକୁ ପଡ଼ିଥିଲା ଭାରତୀୟ ମଜଦୂର ସଂଘ ପକ୍ଷରୁ ପର୍ଯ୍ୟା ବରଣ ଦିବସ ପାଳିତ ହେବାସହ ବୃକ୍ଷ ରୋପଣ କରାଯାଇଛି । ବିଭିନ୍ନ ସ୍ଥାନରେ ମିଟିଂ କରାଯାଇଥିଲା ଏହି ଅବସରରେ କଟକ ଜିଲ୍ଲା ତରଫରୁ ଜାତୀୟ ଧାନ ଗବେଷଣା କେନ୍ଦ୍ର ନିକଟରେ ଏକ ସଭା କରା ଯାଇଥିଲା। ସନ୍ଧ୍ୟାରେ ଏକ ଭ୍ରଚୁଅଲ୍ ମିଟିଂ ମଧ୍ୟ କରାଯାଇଥିଲା ଏହି ମିଟିଂ ରେ ରାଜ୍ୟ ସ୍ତରୀୟ କର୍ମ କର୍ତ୍ତା ମାନେ ଯୋଗଦାନ କରିଥିଲେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ କେନ୍ଦ୍ରୀୟ ଡେପୁଟି ଚିଫ ଲେବର କମିଶନର ଡ,ପି କେ ରଥ , ଅତିଥିରୁପେ ରଘୁନାଥ ପୃଷ୍ଠି ଯୋଗଦାନ କରି ପର୍ଯ୍ୟା ବରଣ ଦିବସ ଉପରେ ଆଲୋକ ପାତ କରିଥିଲେ । ଭାରତୀୟ ମଜଦୂର ସଂଘ ରାଜ୍ୟ ଅସଂଗଠି ତ କ୍ଷେତ୍ର ପ୍ରମୁଖ ବସନ୍ତ କୁମାର ସାହୁ ସୁଧୀର ନାଏକ ପବିତ୍ର ଦାସ ରାଜେନ୍ଦ୍ର ନାଏକ ସୁରେନ୍ଦ୍ର ପ୍ରସାଦ ରାୟ ବିରଞ୍ଚି ନାରାୟଣ ପଣ୍ଡା ପ୍ରଦୀପ ଦଣ୍ଡସେନା ଗଣେଶ୍ୱର ଦାଶ ଶାନ୍ତି ଲତା ସେଠୀ ସୁନନ୍ଦା ନାଥ ଭାରତୀ ତ୍ରିପାଠୀ ଭାଗିରଥି ବେହେରା ବୈକୁଣ୍ଠ ବିହାରୀ ନାୟକ ସଞ୍ଜୟ ଦେହୁରୀ ପ୍ରମୁଖ କାର୍ଯ୍ୟ କ୍ରମ ରେ ଅଂଶ ଗ୍ରହଣ କରିଥିଲେ ।