ମାଲକାନଗିରି – ଚିତ୍ରକୋଣ୍ଡା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ୧୮ଟି ଗ୍ରାମ ପଂଚାୟତ ଯଥା- ଚିତ୍ରକୋଣ୍ଡା, ଦୋରାଗୁଡ଼ା, ନୂଆଗୁଡ଼ା, କପାତୁଟି, କୁରୁମାନୁର, ପାପୁଲୁର, ଟନେଲ କ୍ୟାମ୍ପ, ଗୁଣ୍ଠାୱାର୍ଡ଼କ୍ଷ, ବଡ଼ପଦର, ବଡ଼ପଡ଼ା, ପାପରମେଟଲା, ରାଲେଗଡା଼, ଧୂଳିପୁଟ, ପଣସପୁଟ, ଅଣ୍ଡିରାପାଲି, ଯୋଡ଼କ୍ଷମ୍ବ, ଦାରାଲାବେଢ଼ା ଓ ଯନ୍ତ୍ରୀ ପଂଚାୟତର ୪୬୬ ହିତାଧିକାରୀଙ୍କୁ ଭତା କାର୍ଡ଼ ପ୍ରଦାନ କରାଯାଇଥିଲା, ଆଜି ଉକ୍ତ ଚିତ୍ରକୋଣ୍ଡା ବ୍ଲକ ପରିସରରେ ଚିତ୍ରକୋଣ୍ଡା ବିଡ଼ିଓ ଲରିମନ ଖରସେଲଙ୍କ ନେତୃତ୍ୱରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ପରି·ଳନା କରିଥିଲେ ମାଲକାନଗିରି ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାଶ, ଜିଲା ସମାଜ ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ରାଧାମଣି ଦଳାଇ, ଏବିଡ଼ିଓ ବେଣୁକିଷାନ ଓ ଜିପିଓ ଧିରେନ କୁମାର କଣ୍ଡକ୍ଷଗିରି ଉପସ୍ଥିତ ରହି ୨୭୦ଜଣ ଯୋଗ୍ୟ ହିତାଧିକାରୀକାରୀଙ୍କ ଦରଖାସ୍ତ ଗ୍ରହଣ କରାଯାଇ ଥିବାବେଳେ ୩୫ଜଣ ଯୋଗ୍ୟ ବିକଳାଙ୍ଗ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ହିତାଧିକାରୀମାନଙ୍କୁ ପରୀକ୍ଷା ନିରୀକ୍ଷା କରିବା ପାଇଁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଡାକ୍ତର ମୃଗାଙ୍ଗ ହାଲଦକ୍ଷର ସହଯୋଗ କରିଥିଲେ ଏହି ଭୀମ ଭୋଇ ସାମର୍ଥ୍ୟ ଶିବିରକୁ ସଫଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଚିତ୍ରକୋଣ୍ଡା ତହସିଲର କର୍ମଚାରୀ ମହେଶ୍ୱର ବେହେରା, ଶ୍ରୀନିବାସ ପଟ୍ଟନାୟକ, ନାରାୟଣ ମହାରଣା ଓ ଅନ୍ୟ ସାଥି ଏବଂ ବିରାଜ ମଣ୍ଡଳ ସହ ସମସ୍ତ ପଂଚାୟତର ସୋସିଆଲ ୱାର୍କର ଯୋଗ ଦେଇ ସଫଳ କରିଥିଲେ ।
Related Stories
November 23, 2024