ଭୁବନେଶ୍ୱର– କମିଶନରେଟ ପୋଲିସ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ କଟକରେ ଗତ ୯୯ ଜଣଙ୍କ ଠାରୁ ଜୋରିମାନା ଆଦାୟ କରିଛି । ସେହିପରି ସାମାଜିକ ଦୂରତ୍ୱ ନିୟମ ପାଳନ କରି ନ ଥିବା ଅଭିଯୋଗରେ ୨୦୧ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । କଟକ ଡିସିପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା
ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୮୮୧୩ କରୋନା ପରୀକ୍ଷଣ
ଭୁବନେଶ୍ୱର– ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୮୮୧୩ କରୋନା ପରୀକ୍ଷଣ ହୋଇଛି । ଏଥି ମଧ୍ୟରୁ ଆରଟି-ପିସିଆର ୮୭୬୮, ଆଂଟିଜେନ ୫୦୦୧୩ ତଥା ଟ୍ରୁନାଟ ୧୨୨ ସାମିଲ ରହିଛି । ଆଜି ସୁଦ୍ଧା ରାଜ୍ୟରେ ମୋଟ ୧୬୭୯୧୦ କରୋନା ପରୀକ୍ଷଣ କରା ଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।