
ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୭୦ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ଖୋର୍ଧା, କଟକ. ବାଲେଶ୍ୱର, ମାଲକାନଗିରି ଓ ଜଗତସିଂହପୁର ଜିଲ୍ଲାରୁ ୨-୨ ଜଣ ଥିବା ବେଳେ ବରଗଡ, ପୁରୀ, ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାରୁ ଜଣେ – ଜଣେ ଅଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ଜଣେ ୫୦ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷ ମୃତ୍ୟୁବରଣ କରିଛନ୍ତି । ସେ ମଧୁମେହ ରୋଗରେ ପୀଡିତ ଥିଲୋ ବାଲେଶ୍ୱର ଜିଲ୍ଲା ହିଁ ଅନ୍ୟ ଜଣେ ୪୮ ବର୍ଷୀୟା କରୋନା ସଂକ୍ରମିତ ମହିଳାଙ୍କର ମୃତ୍ୟୁ ଘଟିଛି । ସେ ଆସ୍ଥମାରେ ପୀଡିତ ଥିଲେ ।
ସେହିପରି ବରଗଡ ଜିଲ୍ଲାର ଜଣେ ୭୭ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେ ମଧୁମେହରେ ପୀଡିତ ଥିଲେ । ଭୁବନେଶ୍ୱରର ଜଣେ ୪୫ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ । ଭୁବନେଶ୍ୱରର ଜଣେ ୭୭ ବର୍ଷୀୟା ମହିଳା କରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ସେ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡିତ ଥିଲେ ।
କଟକ ଜିଲ୍ଲାର ଜଣେ ୫୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହରେ ପୀଡିତ ଥିଲେ । କଟକ ଜିଲ୍ଲାର ଅନ୍ୟ ଜଣେ ୫୮ ବର୍ଷୀୟା ମହିଳା କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ଘଟିଛି । ଜଗତସିଂହପୁର ଜିଲ୍ଲାର ହିଁ ଜଣେ ୩୦ବର୍ଷୀୟ ପୁରଷଙ୍କର ମୃତ୍ୟୁ ଘଟିଛି ।ସେ କ୍ରନିକ କିଡନୀ ରୋଗରେ ପୀଡିତ ଥିଲେ । ଏହି ଜିଲ୍ଲାର ଜଣେ ୫୬ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ମଧୁ ମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ।
ଯାଜପୁର ଜିଲ୍ଲାର ଜଣେ ୫୮ ବର୍ଷୀୟ ପୁରୁଷ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହରେ ପୀଡିତ ଥିଲେ ।
ମାଲକାନଗିରି ଜିଲ୍ଲାର ଜଣେ ୫୫ ବର୍ଷୀୟ ପୁରୁଷ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ ଅନ୍ୟ ରୋଗରେ ପୀଡିତ ଥିଲୋ ସେହିପରି ଏହି ଜିଲ୍ଲାର ଅନ୍ୟ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛିା
ପୁୁରୀ ଜିଲ୍ଲୀର ଜଣେ ୭୧ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ଘଟିଛି । ସୁନ୍ଦରଗଡ ଜିଲ୍ଲାର ଜଣେ ୭୨ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ।