ଭୁବନେଶ୍ୱର-ଜେଇଇ ଓ ନିଟ୍ ପରୀକ୍ଷା ନେଇ ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ସୁବିଧା ଲାଗି ସରକାରଙ୍କ ନିର୍ଦ୍ଦେଶ ରହିଛି । ସମସ୍ତ ପ୍ରକାର ସୁବିଧା ଯୋଗାଇବାକୁ ବ୍ୟବସ୍ଥା ହୋଇଛି ବୋଲି ଖୋର୍ଧା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଭୁବନେଶ୍ୱରର ୬ଟି କେନ୍ଦ୍ରରେ ୧୬ହଜାର ପିଲା ପରୀକ୍ଷା ଦେବେ । ସେ କହିଛନ୍ତି ଯେ ଖୋର୍ଦ୍ଧାରୁ ଅନ୍ୟ ଜିଲ୍ଲାକୁ ପରୀକ୍ଷାର୍ଥୀ ଗଲେ ବ୍ୟବସ୍ଥା କରାଯିବ । ପରୀକ୍ଷାର୍ଥୀଙ୍କ ବସରେ ଚଢିବା ଓ ପହଂଚିବା ବେଳେ ଥର୍ମାଲ ସ୍କ୍ରିନିଂ ହେବ । ପରୀକ୍ଷାର୍ଥୀଙ୍କ ଗାଡି ନ ଅଟକାଇବାକୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନୋଡାଲ୍ ସେଂଟର ଅଧିକାରୀଙ୍କ ଠାରୁ ସମସ୍ତ କଥା ପରୀକ୍ଷାର୍ଥୀ ବୁଝିପାରିବେ ।