ବ୍ରହ୍ମପୁର: ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ବିଜୁ ଜନତା ଦଳର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଜିଲ୍ଳାର ୨ ବରିଷ୍ଠ ବିଜେଡି ନେତା ଓ ନେତ୍ରୀଙ୍କୁ ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଭାବେ ଦାୟୀତ୍ୱ ଦେଇଛନ୍ତି । ଗତ ୨୦ତାରିଖ ଦିନ ଜିଲ୍ଲାର ପୂର୍ବତନ ଜିଲ୍ଳା ସଭାପତି, ପୂର୍ବତନ ବିଡିଏ ଅଧ୍ୟକ୍ଷ ଓ ମୋ ପରିବାର ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଳା ସଂଯୋଜକ ସୁବାଷ ଚନ୍ଦ୍ର ମହାରଣା, ଜିଲ୍ଳା ବିଜେଡିର ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇଙ୍କୁ ରାଜ୍ୟ ବିଜୁ ଜନତା ଦଳର ସମ୍ପାଦକ ଓ ସମ୍ପାଦିକାଭାବେ ଦାୟୀତ୍ୱ ଦେବାସହ ପୂର୍ବତନ ବିଡିଏ ଅଧ୍ୟକ୍ଷ ତଥା ରାଜ୍ୟ ଯୁବ ବିଜେଡିର ଉପଦେଷ୍ଟା କୈଳାଶଚନ୍ଦ୍ର ରଣାଙ୍କୁ ଯୁଗ୍ମ ସମ୍ପାଦକ ଭାବେ ଦାୟୀତ୍ୱ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ସହ ଦଳର ଜନହିତକର କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବ ଆମର ମୂଳ ଲକ୍ଷ୍ୟ ରହିବ ବୋଲି ଦାୟୀତ୍ୱ ମିଳିଥିବା ନେତାମାନେ କହିଛନ୍ତି । ଏହି ଅବସରରେ ହିଞ୍ଜିଳିର ବିଜେଡି ନେତା ଅଜୟ ମହାରଣାଙ୍କ ନେତୃତ୍ୱରେ ହିଞ୍ଜିଳିର ବହୁ ଯୁବକ ବିଜେଡିର ଏହି ୩ଜଣ ନେତାଙ୍କୁ ବ୍ରହ୍ମପୁରସ୍ଥିତ ଜିଲ୍ଳା ବିଜେଡି କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦେଇଛନ୍ତି । ଏହି ଅବସରରେ ଜିଲ୍ଲା ବିଜେଡିର ବହୁ କର୍ମକର୍ତ୍ତାଙ୍କ ସମେତ ପୂର୍ଣ୍ଣ ଗୌଡ, କାଳିଆ ବିଷୋୟୀ, ମନୋଜ ପାଢ଼ୀ, ଚିଣ୍ଟୁ ଚୌଧୁରୀ, ଇ.ରାଜା, ଜେ.ଲଡୁ, ସୁନିଲ ପଟ୍ଟନାୟକ, ସାଇ ମହାରଣା, ବିଦ୍ୟାଧର ମହାରଣା ଓ ସରୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 22, 2024