
ମାଲକାନଗିରି-ଓଡିଶା ରାଜ୍ୟ ସଡକ ପରିବହନ ନିଗମ ର ମାଲକାନଗିରି ଶାଖା ଆଗରେ ଆନ୍ଦୋଳନ କଲେ ୧୪ ଜଣ ଡ୍ରାଇଭର । ମାଲକାନଗିରି ଆନ୍ଦୋଳନରତ ଡ୍ରାଇଭର ଙ୍କ କହିବାଅନୁଯାୟୀ ଯେ ଗତ କିଛି ମାସ ତଳେ ମାଲକାନଗିରି ଜିଲ୍ଲାପାଳ ଓଆରଟିଓ ,ଏବଂ ଏ.ଟି.ଏମ୍ ଙ୍କ ନିଦ୍ଦେଶ କ୍ରମେ ତା ୦୪.୦୫.୨୦୨୦ ଦିନ ଜିଲ୍ଲାରେ ଚାଲୁ ଥିବା ରାଜ୍ୟ ପରିବହନ ନିଗମର ୧୩ ଟି ବସ୍ କୁ ପ୍ରବାସୀ ଓଡିଆ କୁ ନେବାଆଣିବା ପାଇଁ ମୋଟୁ ରେ ନିୟୋଜିତ କରାଯାଇଥିଲା । କରୋନାମହାମାରୀ ସମୟରେ ଜୀବନକୁ ବାଜି ଲାଗେଇ ଆମେ ୨ ମାସକାଳ ଦିନ ରାତି ମୋଟୁ ରୁ ଅନ୍ୟ ଜିଲ୍ଲାକୁ ପ୍ରବାସୀ ମାନଙ୍କୁ ନେବାଆଣିବା କରିଥିଲୁ । ସେଠାରେ କୈାଣିସି ପ୍ରକାରର ଖାଇବା ସୁବିଧା ମିଳୁନ ଥିଲା !ତେଣୁ ଆମେମାନେ ଖାନିଜ ହାତରୁ ଟଟାଣ ଖର୍ଚ କରି ଖାଉଥିଲୁ। ସେଠାରେ ମୋଟୁ ତହସିଲଦାର ସମସ୍ତ ଡ୍ରାଇଭରଙ୍କୁ କହିଥିଲେ ! ତୁମକୁ ୩ କିଲୋମିଟର ପିଛା ଏକଲିଟର ତେଲ ମାଲକାନଗିରି ଜିଲ୍ଲା ପ୍ରଶାସନ ଦେଉଛନ୍ତି ତ ମାଲକାନଗିରି ଏ.ଟି.ଏମ୍ ଙ୍କ କଣ ଅସୁବିଧା ହେଉଛି । ରାଜ୍ୟ ପରିବହନ ନିଗମର ବସ୍ ଗୁଡିକ ପ୍ରତି ଲିଟର ପିଛା ୫କିମି ମାଇଲେଜ୍ ଦେଉଛି ତେଣୁ ବଳକା ତେଳର ପଇସା ଦିଅ । ନ ହେଲେ ତୁମକୁ କୈାଣିସି ପ୍ରକାର ଅଫିସ ର ଟ୍ରେନିଂ ଦିଆଯିବ ନାହିଁ। କିମ୍ବା କୌଣସି ପ୍ରକାର ସୁବିଧା ସହ ତୁମମାନଙ୍କର ଦରମା ମଧ୍ୟ ଦିଆଯିବ ନାହିଁ ବୋଲି ବିଭାଗର ଏ ଟି ଏମ ଶଶୀ କାନ୍ତ ସାମନ୍ତରାୟ କହିଛନ୍ତି। କିଛି ଦିନ ନିରବତା ପରେ ଓଏସଆରଟିସି ର ସି.ଏମ୍.ଡି ଶ୍ରୀ ଅରୁଣ ବୋଥରା ତେଲ ପଇସା ନ ବାନ୍ଧିଲେ ୧୪ ଜଣ ଡାଇଭରଙ୍କ ନାମରେ ପ୍ରୋସିଡିଙ୍ଗ କରି ଥାନାରେ ଏତଲା ଦେବା କୁ ନିର୍ଦେଶ ଦେଇଥିବା ଏ ଟି ଏମ କହିଛନ୍ତି !କିନ୍ତୁ ଡ୍ରାଇଭର ମାନଙ୍କ କହିବା କଥା ଯେ ଆମେମାନେ ଏତେ ଟଙ୍କା ଦେଇପାରିବୁ ନାହିଁ କି ଯାହାବି ସମାଧାନ ହେବ ଆମେମାନେ କିସ୍ତି ଆକାରରେ ପଇଠ କରିବୁ ଏବଂ ଆମ ମାନଙ୍କ ଆଜି ଯାଏ ୩ମାସର ବକେୟା ଦରମା ଦାବିରେ ଅଫିସ ବାରଣ୍ଡାରେ ଧାରଣ ଦେଇଥିଲେ !