
ଭୁବନେଶ୍ୱର– କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଫୋନ ଯୋଗେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ଶ୍ରୀ ଷଡଙ୍ଗୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ “ସାମ୍ଭାବ୍ୟ ବନ୍ୟା ପରିପ୍ରେକ୍ଷୀରେ ଗତସିଂହପୁର,କଟକ,କେନ୍ଦ୍ରାପଡ଼ା,ଯାଜପୁର,ବାଲେଶ୍ୱର,ଭଦ୍ରକ,ପୁରୀ,ଗଂଜାମ,ଖୋର୍ଦ୍ଧା,ଢେଙ୍କନାଳ ଏବଂ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଫୋନ ଯୋଗେ ସ୍ଥିତି ସମୀକ୍ଷା କଲି ।ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ସ୍ଥିତି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଆବଶ୍ୟକ ସ୍ଥଳେ ପ୍ରଭାବିତ ଅଂଚଳରେ କିପରି ଉତ୍ତମ ସ୍ୱାସ୍ଥ୍ୟସେବା ସହ ଆବଶ୍ୟକୀୟ ଔଷଧ ପ୍ରଚୁର ମହଜୁଦ ରହିବ ସେନେଇ ମଧ୍ୟ ଗୁରୁତ୍ୱପୂର୍ଣ ଆଲୋଚନା କଲି ।”
ସେ ଟ୍ୱିଟ କରି କହିଛନ୍ତି ଯେ ”ରାଜ୍ୟ ଏବଂ ଜିଲ୍ଲା ପ୍ରସାଶନକୁ ମୋର ବିନୀତ ଅନୁରୋଧ ତତ୍ପରତା ଓ ଆଗୁଆ ପଦକ୍ଷେପ ଦ୍ୱାରା ହୁଏତ ସମ୍ଭାବ୍ୟ ବନ୍ୟା ପ୍ରଭାବିତ ଜନିତ ସମସ୍ୟ ଏବଂ କ୍ଷୟକ୍ଷତିକୁ ଏଡାଇ ଦିଆଯାଇ ପାରିବ ।ଏହିସବୁ ଜିଲ୍ଲା ମାନଙ୍କରେ ଥିବା ବନ୍ୟା ଆଶ୍ରୟସ୍ଥଳୀର ସ୍ଥିତି ଏବଂ ଗୁଣବତ୍ତାର ଆଗୁଆ ମାନ ଯାଞ୍ଚ ନିମନ୍ତେ ମଧ୍ୟ ଅବଗତ କରାଇଲି ।”