
-
୪୦ଟି ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ
ଭୁୁବନେଶ୍ୱର – ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ଲଗାତାର ବଢୁଥିବା କାରଣରୁ ଶୁକ୍ରବାର ଅ ପରାହ୍ନରେ ପୁଣି ୪ଟି ଗେଟ୍ ଖୋଲିଛି । ଏହା ଫଳରେ ହୀରାକୁଦ ଡ୍ୟାମ୍ରୁ ବର୍ତମାନ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଅନ୍ୟ ପକ୍ଷରେ ବନ୍ୟା ଆଶଙ୍କା ଥିବା ଅଂଚଳକୁ ଏନଡିଆରଏଫ୍ ଓ ଓଡ୍ରାଫ ଟିମ୍ ପଠାଯାଇଛି । କଟକ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଉଲ୍ଲେଖନୀୟ ଯେ ଏହା ପୂର୍ବରୁ ବନ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଜରୁରୀ ସୂଚନା ଦେଇଛନ୍ତି । ଏସ୍ଆରସି କହିଛନ୍ତି ଯେ, ପୂର୍ବରୁ ମହାନଦୀ ସିଷ୍ଟମ ୧୬ଲକ୍ଷ କ୍ୟୁସେକ ଯାଏଁ ଜଳ ପ୍ରବାହ ସମ୍ଭାଳିଛି । ଏବେ ବର୍ଷା କମୁଥିବା ସହ ଜଳ ପ୍ରବାହ ୧୦ରୁ ସାଢେ୧୦ ଲକ୍ଷ ମଧ୍ୟରେ ରହିବ, ଯାହା ପାଇଁ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି । ଜଳ ସ୍ତର ବୁଥିବା ଦେଖି ମହାନଦୀ ସିଷ୍ଟମର ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି ।